ଦର୍ପଦଳନ ରଥର ମୁଖ୍ୟ ମହାରଣାଙ୍କ ଦେହାନ୍ତ, ୭୦ରୁ ଊର୍ଦ୍ଧ୍ବ ରଥ କରିଛନ୍ତି ନିର୍ମାଣ

ପୁରୀ : ପରଲୋକରେ ଦର୍ପଦଳନ ରଥର ମୁଖ୍ୟ ମହାରଣା । ବର୍ଷିଆନ ରଥନିର୍ମାଣ ବିଶ୍ବକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ପରଲୋକ ।  ୯୦ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।  ପିଲାଟି ବେଳେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ କୃଷ୍ଣଚନ୍ଦ୍ର ।  ଗତ ରଥ ନିର୍ମାଣ ସମୟରେ ପ୍ରତିଦିନ ରଥଖଳାକୁ ଯାଇ ଦର୍ପଦଳନ ରଥ ନିର୍ମାଣ କାର୍ଯ୍ୟର ତଦାରଖ କରୁଥିଲେ ।

ସେ ତାଙ୍କ ଜୀବନ କାଳରେ ୭୦ରୁ ଉର୍ଦ୍ଧ୍ବ ରଥ ନିର୍ମାଣ କରିଛନ୍ତି ।  ମହାପ୍ରଭୁଙ୍କ ପ୍ରାୟ ୫ଟି ନବକଳେବର ସମ୍ପନ୍ନ କରିଛନ୍ତି ।  ଗତ ନବକଳେବର ସମୟରେ ଚାଲି ଚାଲି କାକଟପୁରରୁ ଦେଉଳିମଠ ଯାଏ ଯାଇଥିଲେ ଦର୍ପଦଳନ । କୃଷ୍ଣଚନ୍ଦ୍ରଙ୍କ ବିୟୋଗରେ ବିଶ୍ବକର୍ମା ମହାରଣା, ଭୋଇ କମାର ସେବକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.