ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହରଘର ତ୍ରିରଙ୍ଗା -୨୦୨୪ କାର୍ଯ୍ୟକ୍ରମ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ , ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସହରାଞ୍ଚଳରେ ପାଳିତ ହେବ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନିର୍ଦ୍ଦେଶ ମୁତାବକ ଭାରତର ସମସ୍ତ ସ୍ଥାନରେ ଆଜାଦ୍ କା ଅମୃତ ମହୋତ୍ସବ ଅଧିନରେ “ହରଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମଟିକୁ ବ୍ୟାପକ ଆକାରରେ ପାଳନ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେଯେ, ଭାରତର ସ୍ବାଧୀନତା ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରି ଦେଶପ୍ରିତି ଜାଗ୍ରତ କରାଇବା । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ କିଭଳି ବ୍ୟାପକ ଭାବେ ପାଳନ ହେବ ସେଥି ସକାଶେ ସରକାରଙ୍କ ପ୍ରଦତ୍ତ ମାର୍ଗ ଦର୍ଶିକା ଅନୁପାଳନ କରିବାକୁ ଜଣାଇଥିଲେ । ଜିଲ୍ଲାର ସ୍ବୟଂ ସହାୟିକା ମହିଳା ମାନଙ୍କ ଦ୍ବାରା ୧୨ ତାରିଖ ମଧ୍ୟରେ ୪ ଲକ୍ଷ ତ୍ରିରଙ୍ଗା ପତାକା ପ୍ରସ୍ତୁତ କରାଯିବ ।

ଜାତୀୟ ପତାକା ସିଲେଇ କରି ପ୍ରସ୍ତୁତ କାର୍ଯ୍ୟର ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ବ୍ଲକ୍ ପିଛା ୧୬,୬୬୭ ଗୋଟି ପତାକା ଯୋଗାଇ ଦିଆଯିବ । ଜିଲ୍ଲାର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ପୌରପାଳିକା/ମହାନଗର ନିଗମରକାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ଆୟୁକ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମନ୍ବୟରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ । ଲୋକଙ୍କ ହୃଦୟରେ ଜାତୀୟ ଭାବନା ଉଦ୍ରେକ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ରାଲି, ତ୍ରିରଙ୍ଗା ଦୌଡ, ତ୍ରିରଙ୍ଗା ଦସ୍ତଖତ ସଂଗ୍ରହ, ତ୍ରିରଙ୍ଗା ଶପଥ ପାଠ, ତ୍ରିରଙ୍ଗା ସେଲ୍ଫି, ତ୍ରିରଙ୍ଗା ସମ୍ମାନ, ତ୍ରିରଙ୍ଗା ମେଳା ପ୍ରଭୃତି ସଠିକ ଭାବେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସକାଶେ ପୂର୍ବରୁ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ଜଣାଇ ଥିଲେ ।
ବୈଠକରେ ଜିଲ୍ଲା ମୁଖ୍ଯ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ ସହରାଞ୍ଚଳ ଉନ୍ନୟନ ରବୀନ୍ଦ୍ର କୁମାର ପଟେଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା, ଡେପୁଟି ସି.ଇ.ଓ. ସତ୍ୟ ସୁନ୍ଦର ଶିବରାମ ପାଇଟାଲ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ୍ ଶକ୍ତି ସାଶ୍ବତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.