ହିଞ୍ଜିଳିକାଟୁ ମେଡିକାଲରୁ ବାଇକ ଚୋରି ଅଭିଯୋଗ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ରେ ବାରମ୍ବାର ଚୋରି ହେଉଛି ବାଇକ । ଯାହାକୁ ନେଇ ଏବେ ଚିନ୍ତାରେ ହିଞ୍ଜିଳିକାଟୁ ବାସୀ । କୌଣସି ରାସ୍ତା କଡ଼ ନୁହେଁ କି ଦୋକାନ ସାମ୍ନାରୁ ନୁହେଁ । ଚିକିତ୍ସାଳୟ ପରିସର ରୁଚୋରି ହୋଇଛି ବାଇକ । ବୁଧବାର ଦିନ ୧୧ଘଣ୍ଟାସମୟରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ପାର୍କିଂ ସ୍ଥଳ ରୁ ଓଡି୦୨ସି ୬୫୮୫ ହିରୋ ଗ୍ଳୋମର ବାଇକ ଚୋରି ହୋଇଥିବା ନେଇ ରାଳବ ଗ୍ରାମ କୈଳାସ ଦଳାଇ ହିଞ୍ଜିଳି ଥାନା ରେ ଅଭିଯୋଗ କରିଛନ୍ତି।ଗୋଟିଏ କି ଦୁଇଟା ନୁହେଁ ୧୦ ରୁ ଅଧିକ ବାଇକ ଗୋଟିଏ ମାସରେ ଚୋରୀ ହୋଇଥିବ ସୂଚନା ମିଳୁଛି। ସେପଟରେ ବାଇକ ଚୋରି ଅଭିଯୋଗ ନେଇ ହିଞ୍ଜିଳି ଥାନା ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ୍ୟ। ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୋଲିସ ଏବଂ ସୁରକ୍ଷା କର୍ମୀ ଙ୍କ କାର୍ଯ୍ୟ କୁ ନେଇ ଉଠିଛି ପ୍ରଶ୍ନ । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ମୋ ହସ୍ପିଟାଲ ଅଭିଯାନରେ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ପାର୍କିଂ ସ୍ଥଳ ରେ ସିସି ନଲାଗିଵା ଚିନ୍ତାର କାରଣ ପାଲଟିଛି। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେବା ନିମନ୍ତେ ଆସୁଥିବା ରୋଗୀ ଵାଇକ ଯୋଗେ ଆସି ମେଡିକାଲ ପରିସରରେ ଥିବା ପାର୍କିଂ ସ୍ଥଳ ରେ ସୁରକ୍ଷା କର୍ମୀଙ୍କ ସହାୟତାରେ ରଖାଯାଏ।ରୋଗି ମେଡିକାଲ ରୁ ଫେରି ପାର୍କିଂ ସ୍ଥଳ ରେ ପହଞ୍ଚିବା ଵେଳକୁ ଗାଡି ଗାଏବ ହେଇଯାଉଛି। ମେଡିକାଲ ଛାଡି ପୋଲିସ ଷ୍ଟେସନର ଚକର କାଟୁଛନ୍ତି ଅଭିଯୋଗ କାରୀ। ମେଡିକାଲ କୁ କିଏ କେଉଁ ଟେନସନରେ ଆସୁଥିବା ବେଳେ ତାଙ୍କ ବୋଝ ଉପରେ ଲଳିତା ବିଡା ସଦୃସ।ଵୂଧବାର ଦିନ ୧୧ଘଣ୍ଟା ସମୟରେ ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମ ର କୈଳାସ ଦଳାଇ ଙ୍କ ଭାଇ କାଳୁ ଦଳାଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଗ୍ଳୋମର ଗାଡି ଧରି ପାର୍କିଂ ସ୍ଥଳ ରେ ରଖି ଚିକିତ୍ସା ନିମନ୍ତେ ଯାଇଥିଲେ । ଚିକିତ୍ସା ପରେ ମେଡିକାଲ ପାର୍କିଂ ସ୍ଥଳ ରେ ଗାଡି ଖୋଜିବା ବେଳେ ଗାଡି ଗାଏବ।ଏ ନେଇ କାଳୁ ଭାଇ କୈଳାଶ ଙ୍କୁ ଜଣାଇବା ପରେ ହିଞ୍ଜିଳି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ବାହାରେ ଓ ପାର୍କିଂ ସ୍ଥଳ ରେ ସିସି ଟିଭି ଲଗାଇବା କୁ ସାଧାରଣ ରେ ଦାଵି ହୋଇଛି।

nis-ad
Leave A Reply

Your email address will not be published.