ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର ସୁମିତ୍ରା ସଭାପତି ଓ ପାର୍ଥ ସାରଥୀ ଆୟୋଜକ ସମ୍ପାଦକ…

ଫୁଲବାଣୀ : ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର କର୍ମକର୍ତ୍ତା ନିର୍ବାଚନ ବିଗତ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରସନ୍ନ କୁମାର ମହାସୁଆର ସମ୍ପାଦକ ଓ ସୁମିତ୍ରା ତ୍ରିପାଠୀ ସଭାପତି ପଦ ବଜାୟ ରଖିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ କୁମାର ଶତପଥୀ କାର୍ଯ୍ୟକାରି ସଭାପତି, ଜି. ସଞ୍ଜୀବ କୁମାର ଉପସଭାପତି ଏବଂ ପାର୍ଥ ସାରଥି ବିଶ୍ଵାଳ ଆୟୋଜକ ସମ୍ପାଦକ ରୁପେ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି। ଏଯାବତ୍ ଶ୍ରୀଯୁକ୍ତ ପାର୍ଥ ସାରଥୀ ବିଗତ ୧୫ ବର୍ଷ ହେଲାଣି କନ୍ଧମାଳ ଜିଲ୍ଲା ତରଫରୁ ପ୍ରତିନିଧିତ୍ଵ କରି ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଅନେକ ପ୍ରତିଯୋଗୀଙ୍କୁ ଅଂଶ ଗ୍ରହଣ କରାଇଛନ୍ତି। ସାଧାରଣତଃ କନ୍ଧମାଳ ଜିଲ୍ଲା ଯୁବ ଏବଂ ନୁତନ ପିଢୀ କିପରି ସ୍ବାସ୍ଥ୍ୟ ହିଁ ସମ୍ପଦ ମନେ କରି କୌଣସି ପ୍ରକାରେ ସୁନ୍ଦର ସ୍ବାସ୍ଥ୍ୟ ନିର୍ମାଣ ନିମନ୍ତେ ଆଗଭର ହୁଅନ୍ତୁ ତାଙ୍କର ଏହାହିଁ ଏକମାତ୍ର କାମନା। ଶ୍ରୀ ପାର୍ଥ ନିଜର ଉଦ୍ଦୀପନାରେ ଆଜିର ଏହି ନୂଆ ପିଢୀଙ୍କ ମନରେ ସୁନ୍ଦର ସ୍ବାସ୍ଥ୍ୟର ଉନ୍ମାଦନା କୁ ପୁନର୍ଜୀବିତ କରିବା ସହ ଜିଲ୍ଲାର ଯୁବପିଢ଼ିଙ୍କ ପାଇଁ ଏକ ପ୍ରକାରେ ପ୍ରେରଣା ର ଉତ୍ସ ପାଲଟିଛନ୍ତି। ସେ କହିଛନ୍ତି ସୁନ୍ଦର ସ୍ବାସ୍ଥ୍ୟ ନିର୍ମାଣ ନିମନ୍ତେ ସମସ୍ତେ ଆଗଭର ହେବା ଉଚିତ୍, ଯାହାଫଳରେ ସଦାସର୍ବଦା ଶରୀର ସୁସ୍ଥ ରହିବ କର୍ମଠ ହୋଇପାରିବା। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ କନ୍ଧମାଳ ଜିଲ୍ଲାର ପ୍ରତିଯୋଗୀ ଆଗାମୀ ଭବିଷ୍ୟତରେ କିଭଳି ମିଷ୍ଟର୍ ଓଡ଼ିଶା ଭଳି ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଏବଂ ରାଜ୍ୟର ସର୍ବୋଚ୍ଚ ପୁରସ୍କାର ପ୍ରାପ୍ତ କରିପାରିବେ ସେ ଏଥିନେଇ ଭରପୂର ପ୍ରୟାସ କରିବେ। ଶ୍ରୀ ପାର୍ଥ ସାରଥୀ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର ଆୟୋଜକ ସମ୍ପାଦକ ରୁପେ ନିର୍ବାଚିତ ହୋଇଥିବାରୁ ରାଜ୍ୟର ସମସ୍ତ ପ୍ରାନ୍ତରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି। ଏହି ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ସୁନ୍ଦର ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଅତିନ ତିରାନୀ, ଓଡ଼ିଶା ଅଲମ୍ପିକ୍ସ ସଂଘ ତରଫରୁ ଡ ସୌମ୍ୟ ରଞ୍ଜନ ପରିଜା, ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘ ର ଉପଦେଷ୍ଟା ଓ କମିଟି ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ଏବଂ ପର୍ଯ୍ୟବେକ୍ଷକ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରେଜିଷ୍ଟରିଂ ଅଫିସର୍ ଉମେଶ ଚନ୍ଦ୍ର ହିସାରା ରେଟର୍ଣିଂ ଅଫିସର୍ ରୁପେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.