ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ବୈଠକ

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ଯ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମୋହନ ମାଝୀଙ୍କ ସରକାରର ଏହା ଚତୁର୍ଥ କ୍ୟାବିନେଟ ବୈଠକ ବସିବ। କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନ ଶେଷ ହୋଇଛି ।  ଅଗଷ୍ଟ ୨୦ ତାରିଖ ଯାଏଁ ଗୃହ ମୁଲତବୀ ରଖାଯାଇଛି । ବିଧାନସଭାରେ ୯୫ ହଜାର କୋଟି ଲେଖାନୁଦାନ ପାରିତ ହେବା ପରେ ଆସନ୍ତା ଅଗଷ୍ଟ ୨୦ ତାରିଖ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।  ସେହିପରି ୨୦ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ।

nis-ad
Leave A Reply

Your email address will not be published.