ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ଅରୁଣ ସାହୁଙ୍କୁ ନୋଟିସ୍

କଟକ: ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ l ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ l ନାମାଙ୍କନ ସତ୍ୟପାଠରେ ଅରୁଣ ତଥ୍ୟ ଲୁଚାଇଥିବା ନେଇ ନିର୍ବାଚନ ବେଳେ ଅଭିଯୋଗ ହୋଇଥିଲା l

ସୂଚନା ଅନୁସାରେ, ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ନୟାଗଡ଼ରୁ ନାମାଙ୍କନ ଦାଖଲ କରିଥିଲେ ଅରୁଣ । ହେଲେ ଏହି ନାମାଙ୍କନର ସତ୍ୟପାଠରେ ସେ ତଥ୍ୟ ଲୁଚାଇଥିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା । ପ୍ରତିପକ୍ଷ ବିଜେପି ପାର୍ଥି ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା l ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି । ଆସନ୍ତା 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ l

nis-ad
Leave A Reply

Your email address will not be published.