ବନ୍ଧା ହେଲେ କୁବେର ଯନ୍ତ୍ରୀ: ୪୨ଟି ପ୍ଲଟ ସହ, ସୁନା ଗହଣା ସାଙ୍ଗକୁ ଜବତ ହୋଇଛି କାଗଜପତ୍ର

ଭୁବନେଶ୍ୱର : ବନ୍ଧା ହେଲେ କୁବେର ଯନ୍ତ୍ରୀ । ୫ ଜିଲ୍ଲାରେ ରହିଛି ମୋଟ୍ ୪୨ ପ୍ଲଟ। ଯାଜପୁର ଜିଲ୍ଲାରେ ୩୨, ଭୁବନେଶ୍ବରରେ ୩, ଖୋର୍ଦ୍ଧାରେ ଗୋଟିଏ, କଟକ, ଭଦ୍ରକ ଓ ଢେଙ୍କାନାଳରେ ୨ଟି ଲେଖାଏ ଫ୍ଲଟ ରହିଛି । ତା ସହିତ ରହିଛି ଏକାଧିକ କୋଠା । ଜବତ ହୋଇଛି ପୁଳା ପୁଳା ସୁନା ଗହଣା ସାଙ୍ଗକୁ କାଗଜପତ୍ର । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ -ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥ । ଘର କୌଣସି ରାଜପ୍ରସାଦ ଠାରୁ କମ ନୁହେଁ। ଘରେ ଆଧୁନିକ ଇଣ୍ଟେରିୟର ଡିଜାଇନ ସହ ବହୁ ମୂଲ୍ୟବାନ ସାମଗ୍ରୀ । ପୁଳା ପୁଳା ସୁନା ଗହଣା ସାଙ୍ଗକୁ ଜବତ ହୋଇଛି କାଗଜପତ୍ର।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କ ସମ୍ପତ୍ତି ଯାଞ୍ଚ । ଏକକାଳୀନ କଟକ, ଖୋର୍ଦ୍ଧା, ଭଦ୍ରକ , ଯାଜପୁର ଓ ଭୁବନେଶ୍ବରର ୧୨ଟି ସ୍ଥାନରେ ରେଡ୍ କରିଛି ଭିଜିଲାନସ। ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଭୁବନେଶ୍ବର ପାଣ୍ଡରା ସତ୍ୟବିହାରରେ ରହିଛି ଏକ ତିନି ମହଲା କୋଠା । ଚନ୍ଦ୍ରଶେଖରପୁରର ଓ ପାତ୍ରପଡ଼ାରେ ଫ୍ଲାଟ । ଭଦ୍ରକରେ ୩ ମହଲା କୋଠା ଥିବା ଜଣାଯାଇଛି । ଢେଙ୍କାନାଳରେ ଗୋଟିଏ କ୍ରସର ୟୁନିଟ ଓ ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ହଜାରେ ବର୍ଗଫୁଟ ଜାଗାରେ ରହିଛି ମେଡିସନ ଷ୍ଟୋର ଓ ଆବାସିକ ଘର। ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ତାଙ୍କର ୮୮ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ଥିବା ଜଣାଯାଇଛି । ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏକ୍ସାକାଭେଟର ଓ ଦୁଇଟି ବାଇକ ରହିଛି । ତାଙ୍କର ମୋବାଇଲ ଫୋନ, ଲ୍ୟାପଟପ୍ ଓ ଅନ୍ୟ ଡିଜିଟାଲ ଗାଜେଟ ଜବତ କରି କରି ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ ଟିମ ।

nis-ad
Leave A Reply

Your email address will not be published.