ବସ ଓ ବାଇକ ମୁହାମୁହିଁ ଧକ୍କା ବାଇକ ଚାଳକ ଗୁରୁତର

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା କଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ିବାହାର ରାସ୍ତା ମୁହନିରେ ଯାତ୍ରୀ ବାହି ବସ ସହିତ ଗୋଟିଏ ବାଇକ ମୁହାମୁହିଁ ଧକ୍କା ହେଇଥିଲା | ଯାହା ଫଳରେ ବାଇକ ଚାଳକଟି ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲା | ବୀରମିତ୍ରପୁର ରୁ ଝୁନମୁରକୁ ଆସୁଥିବା ବେଳେ ଏକ ଘରୋଇ ଯାତ୍ରୀ ବାହି ଶକ୍ତି ବସ ଯାହାର ନମ୍ବର OR 14 S 9577 ଓ ବିପରୀତ ଦିଗରୁ ଯୋନସେନ କରକେଟ୍ଟା 28 ବର୍ଷ ବାଇକ ଯାହାର ନମ୍ବର OR 14 Q 6490 ଚାଳକ ଝୁନମୁର ପଞ୍ଚାୟତ ଅନ୍ତର୍ଗତ ଦାନଟୋଲିରୁ ବୀରମିତ୍ରପୁର କୁ କିଛି ଜରୁରୀ କାମକୁ ନେଇ ଯାଉଥିବା ସମୟରେ ଢୋଡ଼ିବାହାର ରାସ୍ତା ମୁହାଣୀରେ ଦୁର୍ଘଟଣା ଘଟିଥିଲା | ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଯୋନସେନଙ୍କ ବାପାକୁ ଖବର ଦେଇଥିଲେ | ବାପା ଗୋଟିଏ ବୋଲେରୋ ଗାଡ଼ିକୁ ରିଜର୍ଭ କରି ରାଉଲକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ | ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଉତ୍ତମ ଚିକିତ୍ସା ପାଇଁ ରାଉରକେଲାର ଘରୋଇ ହସ୍ପିଟାଲ ଜେୟ ପ୍ରକାସକୁ ପଠାଇଥିବା ଜଣା ପଡ଼ିଛି | ରାଏବଗା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏସ ଆଇ ପ୍ରହଲ୍ଲାଦ କୁମାର ପ୍ରଧାନ ଓଏଏସ ଆଇ ସୁରେଶ ଚନ୍ଦ୍ର ସାମଲ ନିଜର ସହକର୍ମୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ସକ୍କ୍ତି ବସ ଓ ବାଇକକୁ ରାଏବଗା ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି |

nis-ad
Leave A Reply

Your email address will not be published.