ଶ୍ରୀ ସତ୍ୟସାଇ ପାଦୁକା ଯାତ୍ରା

ଫୁଲବାଣୀ : ଓଡ଼ିଶା ରାଜ୍ୟ ସତ୍ୟ ସାଇ ସଂଗଠନ ଦ୍ଵାରା ରାଜ୍ୟର ୩୫ ଟି ଜିଲ୍ଲା ଜୋନରେ ବିଭକ୍ତ ସମସ୍ତ ଜିଲ୍ଲା ଠାରୁ ଗ୍ରାମ ପଯ୍ୟନ୍ତ ପ୍ରାୟ ଦଶ ହଜାର ଗ୍ରାମ ଶ୍ରୀ ସତ୍ୟ ସାଇ ପାଦୁକା ଯାତ୍ରା ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଗତ ଜୁଲାଇ ୪ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଚକାପାଦ ସ୍ଥିତ ସ୍ବାମୀ ଲକ୍ଷ୍ନାଣନନ୍ଦ ସରସ୍ୱତୀଙ୍କ ଆଶ୍ରମ ଏହି ପାଦୁକା ଯାତ୍ରା ପହଞ୍ଚିଛି।ଗଞ୍ଜାମ ଜିଲ୍ଲାରୁ ପ୍ରାୟ ଶତାଧିକ ଭକ୍ତଙ୍କ ଗହଣରେ ୪୨ ଦିନ ପରିକ୍ରମା ସାରି ଏଠାରେ ପହଞ୍ଚିଥିଲା ।ଏହାକୁ କନ୍ଧମାଳ ଜିଲ୍ଲାର ସତ୍ୟସାଇ ସେବା ସଙ୍ଗଠନ ଭକ୍ତମାନେ ଭବ୍ୟ ସ୍ଵାଗତ କରି ଗ୍ରହଣ କରିଥିଲେ।ଏହି ରଥ ଆଗାମୀ ୧୯ ତାରିଖ ପଯ୍ୟନ୍ତ ଜିଲ୍ଲାର ୧୨ ଟି ବ୍ଲକ ର ସମସ୍ତ ଗ୍ରାମ ପରିଦର୍ଶନ କରିବା ସତ୍ୟସାଇ ସଙ୍ଗଠନ ମୂଳ ଲକ୍ଷ୍ୟ ଏହି ପଦଯାତ୍ରା କନ୍ଧମାଳ ଜିଲ୍ଲା କମିଟିକୁ ହସ୍ତାନ୍ତର କରିବା ସମୟରେ ଭ।ବ ବିହୋଳ ପରିବେଶ ସୃଷ୍ଟି ହୋଇଥିଲା ।

ଚକାପାଦ ଗ୍ରାମର ହଜାର ହଜାର ଭକ୍ତ ଉପସ୍ଥିତ ରହି ଶଙ୍ଖ ହୁଳହୁଳି ସହିତ ଏହି ଯାତ୍ରାକୁ ସ୍ଵାଗତ କରିବା ସହିତ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ।ଏହି ସ୍ଵାଗତ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲା କମିଟି ସଭାପତି ମଧୁସୂଦନ ମହାପାତ୍ର, ପୂର୍ବତନ ସଭାପତି ବି ଭି ନାରାୟଣ, ଆବାହକ ବ୍ୟତ କେଶ ତ୍ରିପାଠୀ, ରାଜୀବ ନେତ୍ରପଟ୍ଟନାୟକ, ପ୍ରମୋଦ କୁମାର ପତି, ବନମାଳୀ ପଣ୍ଡା, ସାଇ ରାମ୍ ପାତ୍ର, ବି ଭି ଶଙ୍କର, ମାଲେଶ୍ୱର୍ ପାତ୍ର,ଉପେନ୍ଦ୍ର ମହାନ୍ତି ,ମାନେଶ୍ୱର ପାଣ୍ଡେ, ରାଜଲକ୍ଷ୍ମୀ ପଟ୍ଟନାୟକ, ସୁରେନ୍ଦ୍ର ସାହୁ ଓ ରମେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ।ସୂଚନା ଯୋଗ୍ୟ ଯେ ଭାରତୀୟ ପରମ୍ପରା ଅନୁଯାୟୀ କେଉଁ ଆବାହନ କାଳରୁ ପୁରାଣରେ ଓ ହିନ୍ଦୁ ସଂସ୍କୃତି ରେ ପାଦୁକା ପୂଜା ପ୍ରଥା ପ୍ରଚଳିତ ରହି ଆସିଛି।ଭଗବାନଙ୍କ ଓ ଗୁରୁଜନଙ୍କ ପାଦ ଛୁଇଲେ ଆଶିର୍ବାଦ ମିଳିଥାଏ।ଏହାକୁ ସାର୍ବଜନୀନ କରି ସାମାଜ ର ପରିବର୍ତ୍ତନ ଆଣିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ।

nis-ad
Leave A Reply

Your email address will not be published.