କେଦାରନାଥରେ ଫସିଥିବା ୪ ଓଡ଼ିଆ ସୁରକ୍ଷିତ

ଭୁବନେଶ୍ୱର: କେଦାରନାଥରେ ଫସିଥିବା କେନ୍ଦୁଝରର ୪ ଜଣ ସୁରକ୍ଷିତ । ୪ ଜଣ ସୁରକ୍ଷିତଭାବେ ଗୁପ୍ତକାଶିରେ ପହଞ୍ଚିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ। ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କ ସହ ଏହି ୪ ଜଣ ଯୋଗାଯୋଗରେ ଥିବା କହିଛନ୍ତି ଜିଲ୍ଲାପାଳ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ୪ ଜଣ ବୋଲବମ୍ ଭକ୍ତ ଶ୍ରାବଣରେ ଜଳଲାଗି ପାଇଁ କେଦାରନାଥ ଯାଇଥିଲେ। ବାଦଲଫଟା ବର୍ଷାରେ କେଦାରନାଥ ରାଜପଥ ବିଚ୍ଛିନ୍ନ ହୋଇଥିବାରୁ ସେମାନେ ଅଧାରେ ଫସି ଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର।

ଏହି ୪ ଜଣ ହେଲେ ତେଲକୋଇ ସରୁଆଳିର କାର୍ତିକେଶ୍ୱର ଖିଲାର, ଜଗମୋହନପୁରର ସଦାନନ୍ଦ ସାହୁ, ଦୋବଲାପାଳ ଚନ୍ଦ୍ରଶେଖରପୁରର ମହେଶ୍ୱର ପ୍ରଧାନ ଏବଂ କେନ୍ଦୁଝର ସଦର ବ୍ଲକ କେମ୍ପସଢାର ଋଷିନାଥ ମହାନ୍ତ।

nis-ad
Leave A Reply

Your email address will not be published.