ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ଵର: ଖୋଲିବ ଗୁମର। ରିମାଣ୍ଡରେ ଯିବେ ୫ରାଣୀଙ୍କ ମନର ରାଜା ଠକ ସତ୍ୟଜିତ ସାମଲ। ଅଧିକ ପଚରାଉଚରା କରିବା ପାଇଁ ଠକ ରୋମିଓ ସତ୍ୟଜିତକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ ।

ସୂଚନାଯୋଗ୍ୟ ଯେ, ଗତକାଲି ୫ ସ୍ତ୍ରୀଙ୍କ ରୋମିଓ ସ୍ବାମୀ ସତ୍ୟଜିତ ସାମଲଙ୍କୁ ବାନ୍ଧିଥିଲା କମିଶନରେଟ ପୋଲିସ। ରୋମିଓଙ୍କ କେଳେଙ୍କାରି କେବଳ ୫ ଜଣ ସ୍ତ୍ରୀଙ୍କ ମଧ୍ୟରେ ସୀମିତ ନଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ବାହା ହେବାକୁ ପଛକୁ ପଛ ଆହୁରି ୪୯ ଜଣ ପ୍ରେମିକା ଥିଲେ। ଏହି ଘଟଣାର ପର୍ଦ୍ଦାଫାସ କରି ଗତକାଲି ସତ୍ୟଜିତଙ୍କୁ ବାନ୍ଧିଥିଲା କମିଶନରେଟ ପୋଲିସ୍ । ଯାଜପୁର ବିଞ୍ଝାରପୁରର ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲେ । ଗିରଫ ପରେ ସତ୍ୟଜିତ୍‌ଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ୍‌ ଜବତ ହୋଇଛି। ୩ ବ୍ୟାଙ୍କ ଆକାଉଣ୍ଟ ସିଜ, ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ ହୋଇଥିବା କମିଶନର ପଣ୍ଡା କହିଛନ୍ତି।

nis-ad
Leave A Reply

Your email address will not be published.