ବାଳିକା ଶିକ୍ଷା ଓ ‘ପୁରି ପଢାଇ ଦେଶ କି ଭଲାଇ’ ଅଭିଯାନ ବିଷୟରେ କନ୍ଧମାଳ ସାଂସଦଙ୍କ ସହିତ ଆଲୋଚନା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅର୍ନ୍ତଗତ ବାଲନ୍ଦାପଡାରେ ବାଳିକା ଶିକ୍ଷାକୁ ଆଗେଇନବା ପାଇଁ “ପୁରି ପଢାଇ ଦେଶ କି ଭଲାଇ” ଅଭିଜାନ ସ୍ୱାତୀ ଓ କ୍ରାଏ ଅନୁଷ୍ଠାନର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି । ଏହି ଅଭିଜାନର ଲକ୍ଷ କିପରି ବାଳିକା ମାନେ ସଂପୂର୍ଣ୍ଣ ଶିକ୍ଷା ଗ୍ରହଣ କରିବେ ଅତିକମରେ ଦ୍ୱାଦଶ ବା ଯୁକ୍ତ ୨ ପର୍ଯ୍ୟନ୍ତ । କନ୍ଧମାଳ ଜିଲ୍ଲାରେ ବାଳିକା ମାନେ ଅଧାରୁ ପାଠ ଛାଡିବାର ମୂଖ୍ୟ କାରଣ ବାଲ୍ୟ ବିବାହ ଜାହାର ପ୍ରଭାବରେ ସମାଜରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବହୁଭାବରେ ପ୍ରଭାବିତ ହୋଇଥାଏ । ଗ୍ରାମ ସ୍ତରରେ ଅଭିଭାବକ ମାନଙ୍କୁ ସଚେତନ କରି, ପରିବାରରେ କିପରି ବାଳିକା ଶିକ୍ଷାକୁ ପ୍ରାଧାନ୍ୟ ଦିଆଜିବ ସେଥିପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅଭିଜାନ ମାଧ୍ୟମରେ ଯେଉଁ ଝିଅ ମାନେ ପାଠ ଛାଡିଛନ୍ତି ବା ସ୍କୁଲକୁ ଜିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ସେମାନଙ୍କୁ କିପରି ଶିକ୍ଷା ବ୍ୟବସ୍ଥା ସହିତ ଯୋଡିବା । ସ୍ୱାତୀ ଏହି ଅଭିଜାନ ବାଲନ୍ଦାପଡା, ଲୁଇସିଂ, କୋଇରିମାଣ୍ଡୁ,ପାହିରାଜୁ ଓ ପକାରିର ଗ୍ରାମପଂଚାୟତ ରେ କରିବ ବୋଲି ଯୋଜନା କରିଛନ୍ତି । ଏହି ଅଭିଜାନ ଗତ ତା ୨୨ ଜୁଲାଇ ଠାରୁ ଆରମ୍ଭ ହୋଇଛି ଓ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଉପଯୁକ୍ତ ଅଂଚଳ ରେ ସବୁ ବର୍ଗର ଲୋକ, ପିତା, ମାତା, ଅଭିଭାବକ, ପଂଚାୟତ ରାଜ ପ୍ରତିନିଧି ସହିତ ସରକାରୀ ଓ ବେସରକାରୀ ଅଧିକାରୀ ମାନେ ଯୋଡି ହେବା ସହିତ ଏହି ଅଭିନବ ଅଭିଜାନକୁ ପ୍ରସଂଶା କରିଛନ୍ତି । ସ୍ୱାତୀ ଅନୁଷ୍ଠାନ ର କୋଶାଧକ୍ଷ ଶାନ୍ତନୁ କୁମାର ମିଶ୍ରଙ୍କ ନେତୃତ୍ୱ ରେ ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର, ବୈକୁଣ୍ଠ ଦାସ,ଆଲୋକ ସାମନ୍ତରାଏ, ଦିପେସ ମହାକୁଡ, ପ୍ରଦୀପ କୁମାର ସ୍ୱାଇଁ ପ୍ରମୂଖ ଆଜି ମାନ୍ୟବର ସାଂସଦ ଶୁକାନ୍ତ କୁମାର ପାଣିଗ୍ରାହି ସହିତ ପୁରି ପଢାଇ ଦେଶ କି ଭଲାଇ ଅଭିଜାନ ବିଷୟରେ ଜିଲ୍ଲା ପରିପ୍ରେଖି ରେ ଆଲୋଚନା କରିଥିଲେ ଓ ସାଂସଦ ଏହି ପ୍ରଚେଷ୍ଟା କୁ ଆନ୍ତରିକତା ସହ ଗ୍ରହଣ କରି ଆଗାମି ଦିନରେ ବାଳିକା ଶିକ୍ଷାର ଗୁରୁତ୍ୱ ସବୁ ସ୍ତରରେ ପହଂଚାଇବା ପାଇଁ କହିଥିଲେ । ତା ସହିତ ମାନସିକ ଅସୁସ୍ଥ ବ୍ୟକ୍ତି କିପରି ସହଜରେ ଚିକିତ୍ସା ପାଇବେ ଓ ମାନସିକ ଡାକ୍ତର ସ୍ଥାଇ ନିଜୁକ୍ତି କରିବା ବିଷୟ ସ୍ୱାତୀର ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂଯୋଜକ ବୈକୁଣ୍ଠ ଦାସ ଜଣାଇଥିଲେ । ଗତ ଦିନ ମାନଙ୍କରେ ବିଭିନ୍ନ ପଦାଧିକାରୀ ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଶଢଙ୍ଗି, ନିରୁପମା ଦୋରା; ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କ୍ରିଶ୍ମା ପଣ୍ଡା, ସି.ଡବ୍ଲୁ.ସି ର ଅଧକ୍ଷ ରଜତ ଦିଗାଲ ; ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଦେବଜାନୀ ଭୁୟାଁ; ଡିସିପିଓ ରଶ୍ମିତା କରନ୍ ; ସନ୍ଧ୍ୟାରାଣୀ ନାୟକ ସମେତ ଶିକ୍ଷକ, ଶିକ୍ଷୟତ୍ରୀ, ସରପଂଚ, ଗ୍ରାମ ଓ ଜାତି ମୁଖିଆ ଯୋଡିହୋଇଛନ୍ତି । ପୁରି ପଢାଇ ଦେଶ କି ଭଲାଇ ଓଡିଶାର ବିଭିନ୍ନ ଜାଗାରେ ଓ ଅନ୍ୟ ରାଜ୍ୟରେ କ୍ରାଏ ତାର ସହଯୋଗୀ ଅନୁଷ୍ଠାନ ମାଧ୍ୟମରେ କରୁଅଛି । ଏହି ଅଭିଜାନର ସଫଳ କରିବା ପାଇଁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ, ରାଲି, ଆଲୋଚନା ଗ୍ରାମ ସ୍ତରରେ କରାଜାଉଛି ବୋଲି ସ୍ୱାତୀର ସଂପାଦକ ଇଂ ହରିଶଙ୍କର ରାଉତ କହିଥିଲେ । ଏହି ଅଭିଜାନ ର ସଂଯୋଜନା ଦାୟିତ୍ୱ ରେ ସ୍ୱାତୀର କର୍ମୀ ପ୍ରଦୀପ କୁମାର ସ୍ୱାଇଁ, ମାନସ ରଞ୍ଜନ ପ୍ରଧାନ, ବିନ୍ଧ୍ୟାରାଣୀ ପ୍ରଧାନ, ଅପରାଜିତା ଜାନି, ମାଣିକ ବେହେରା ଓ ଗୈାତମ ମଲ୍ଲିକ ଅଛନ୍ତି ।

nis-ad
Leave A Reply

Your email address will not be published.