ଓାୟନାଡ ଭୁସ୍ଖଳନ ବିପର୍ଯ୍ୟୟରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା
ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ ଏକ ପ୍ରାର୍ଥନା ସଭା ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କେରଳ ରାଜ୍ୟର ଓାୟନାଡରେ ଗତ ୨୯ ଜୁଲାଇ ବିଳମ୍ବିତ ରାତିରେ ଘଟିଥିବା ପ୍ରଚଣ୍ଡ ବିପର୍ଯ୍ୟୟ ପୂଣ୍ଣ ଭୁସ୍ଖଳନ ରେ ୩୩୪ ଜଣଙ୍କର ମୃତ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ବିପର୍ଯ୍ୟୟ ରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦୁଃଖ ପରିଲିକ୍ଷିତ ହୋଇଥିବା ଦେଖାଯାଇଛି । ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ସ୍ୱର୍ଗତ ବ୍ୟକ୍ତିଙ୍କୁ ଶ୍ରଦ୍ଦାଞ୍ଜଳୀ ଅର୍ପଣ ପୂର୍ବକ ୨ ମିନିଟର ନିରବ ପ୍ରାର୍ଥନା କରିବା ସହିତ ଚିକତ୍ସିତ ହେଉଥିବା ଲୋକ ମାନଙ୍କର ଆସୁ ଆରୋଗ୍ୟ କାମନା କରିଥିଲେ । ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତା ମାନେ ବିପର୍ଯ୍ୟୟର ଗମ୍ଭିରତା ବିଷୟରେ କହିଥିବା ସହିତ, ଆଗାମି ଦିନରେ ଏଭଳି ବିପତି ନଆସୁ ବୋଲି ପ୍ରକାଶ କରିଥିଲେ । ଏହା ସହିତ କନ୍ଧମାଳ ଜିଲ୍ଲାବି ପାହଡ ପର୍ବତ ଘେରା ହୋଇଥିବାରୁ ଏହିଭଳି ବିପଦକୁ ଆଶଙ୍କା କରାଯାଇ ପାରେ ସେଥିପାଇଁ ସବୁ ସ୍ଥରରେ ସଚେତନ ହେବାର ଆବଶ୍ୟକତା ଅଛି ବୋଲି ଉପଲବ୍ଧି କରିଥିଲେ । ଏଥି ସହିତ ଓଡିଶାର ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ବିୟୋଗ ଓ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ନିଖୋଜ ଖବର ସମସ୍ତଙ୍କୁ ମର୍ମାହତ କରିଥିଲା ।