୭୮ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଈଁ ପ୍ରସ୍ତୁତି ବୈଠକ।

ଫୁଲବାଣୀ : ୭୮ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଈଁ  ପ୍ରସ୍ତୁତି ବୈଠକ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେଉତ୍ସବ କମିଟିର ଅଧିକ୍ଷ ତଥା କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଉପସ୍ଥିତ ରହି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିବା ପାଇଁ ଆଦେଶ ଦେଇଥିଲେ।ଏହି ଆଦେଶ କୁ ପାଳନ କରି ଅଗଷ୍ଟ ୧୫ କୁ କିପରି ଆନନ୍ଦ ଉଲ୍ଲାସ ରେ ପାଳନ କରିବା ଓ ଜିଲ୍ଲାର ଥିବା ସମସ୍ତ ସରକାରୀ ,ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକରେ ସକାଳ ୭:୧୫ ମିନିଟରେ ପତାକା ଉତ୍ତୋଳନ କରିବା, ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସକାଳ ୭:୩୦ ମିନିଟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଆଦେଶ ଦେଇଛନ୍ତି।

ସେହିପରି ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ପେରେଡରେ ଠିକ ସକାଳ ୯ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।ଏହା ସହିତ ଯେପରି ପୂର୍ବ ଆଧାରରେ ଯେଉଁ ସବୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ହେଉଛି  ସେହିପରି କାର୍ଯ୍ୟ କରିବାକୁ କହିଛନ୍ତି।ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ  ଫୁଲବାଣୀ ସଭାଗୃହ ଠାରେ ଜିଲ୍ଲା ସାଂସ୍କୃତିକ ବିଭାଗ ତରଫରୁ ଆୟୋଜନ କରିବା ପାଇଁ ମତ ଦେଇଛନ୍ତି।ସେହିପରି ଫୁଲବାଣୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମଧ୍ୟ ଗୋଟିଏ ଭଲ ମତ ଦେଇଥିଲେ ଜିଲ୍ଲାପାଳଙ୍କୁ ଏଥିରେ ଜିଲ୍ଲାପାଳ ନିର୍ବାହୀ ଯନ୍ତ୍ରୀଙ୍କ ମତକୁ ଗୁରୁତ୍ୱ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ପୌର ପରିଷଦ ଅଧିକାରୀଙ୍କୁ କହିଥିଲେ।ଅଧିକାରୀ ସଂଗେ ସଙ୍ଗେ ପ୍ରତି ୱାର୍ଡକୁ କିପରି ସଫାସୁତରା ରଖାଯିବ ଏହାର ତଦାରଖ କରିବେ ପ୍ରତି ୱାର୍ଡର ସାଥିଙ୍କୁ କହିଥିଲେ।ଯେଉଁ ୱାର୍ଡର ସାଥି ୱାର୍ଡକୁ ସଫାସୁତରା ରଖିବେ ସେହି ୱାର୍ଡର ସାଥିକୁ ଅଗଷ୍ଟ ୧୫ ରେ ଅତିଥୀଙ୍କ ଦ୍ୱାରା ସେଷ୍ଟ ପୁରସ୍କୃତ କରାଯିବ ।ଏହିପରି ମଧ୍ୟ ଅଗଷ୍ଟ ୧୫ ପେରେଡ଼ରେ ଭାଗ ନେଇଥିବା ଭଲ ପ୍ରଦର୍ଶନ କରିଥିବା ପେରେଡ଼ ଗ୍ରୁପକୁ ପୁରସ୍କୃତ କରିବା ସହିତ ସ୍କୁଲ, କଲେଜ ସ୍ତରରେ ବିଭିନ୍ନ କୃତି ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନକୁ ପୁରସ୍କୃତ କରିଯିବା ପାଇଁ ସ୍ଥିର କରାଯାଇଛି l

nis-ad
Leave A Reply

Your email address will not be published.