ଆସିକା ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀ ପରେ ଗ୍ରାମବାସୀ ଓ ଅଭିଭାବକ ବସିଲେ ଧାରଣା ରେ…

ଏବେ ଏହି ଧାରଣା ଜିଲ୍ଲା ତଥା ରାଜଧାନୀ କୁ ନେବା ପାଇଁ ସଜ ବାଜ…….!


ଵ୍ରହ୍ମପୁର : ୩- ୮ ଆସିକା ରେ ଦୀର୍ଘ ତିନିଦିନ ହେଲା ବିଦ୍ୟାଳୟର ଛାତ୍ର ଛାତ୍ରୀ ଆସିକା ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ଏବେ ଗ୍ରାମ ବାସୀ ଓ ଅଭିଭାବକ ମାନେ ବି ସାମିଲ ହେଲେ । ଆସିକା ନୂଆ ଗାଁ ସ୍ଥିତ ଚିନୀଶୀଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି ବନ୍ଦ ହୋଇ ଯିବା କାରଣ ରୁ ସ୍କୁଲ ଛାତ୍ର, ଛାତ୍ରୀ ଓ ଅଭିଭାବକ ମାନେ ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମୁଖ ରେ ତିନିଦିନ ହେଲା ଧାରଣା ରେ ବସୁଛନ୍ତିl ଏହି ସ୍କୁଲ ଟି ନିକଟସ୍ତ ସ୍କୁଲ ରେ ମର୍ଜ ହେବା ପାଇଁ ସରକାରୀ ନିର୍ଦ୍ଧେଶ ଥିବା ବେଳେ ଅଭିଭାବକ ପକ୍ଷରୁ ଯଥା ସ୍ଥାନରେ ସ୍କୁଲ କାର୍ଯ୍ୟକାରୀ ହେଉ ବୋଲି ଦାବୀ କରିଛନ୍ତି ଛାତ୍ର, ଛାତ୍ରୀ ଓ ଅଭିଭାବକ ମାନେ l ଏହି ସ୍କୁଲ ରେ ଷଷ୍ଠ ଓ ସପ୍ତମ ରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ନାଁ ଟିସି ଉଠାଇଛନ୍ତି ନାଁ ଅନ୍ୟ କେଉଁ ସ୍କୁଲ ରେ ଜୈଏନ ହୋଇଛନ୍ତି l ଏହି ସ୍କୁଲ ମର୍ଜ କୁ ବିରୋଧ କରି ଦୁଇ ଦୁଇ ଥର ଆନ୍ଦୋଳନ ହୋଇଥିଲା l ତଥାପି ଏ ଦିଗରେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ଆଜିର ଆନ୍ଦୋଳନ ଉଗ୍ର ରୂପ ନେଇଛି l ପିଲାମାନେ ଖରାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମୁଖ ରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି। ଏହି ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ପ୍ରଶାସନ ଅନ୍ଧ,ମୁକ,ବଧିର ଭଳି ଅଭିନୟ କରୁଥିବା ଏବେ ସହରରେ ଚର୍ଚ୍ଚା ହେଉଛି। ଆସନ୍ତା ସୋମବାର ଠାରୁ ଛାତ୍ର ଛାତ୍ରୀ ମାନେ ଅଧିକାରୀ ଓ ନେତାଙ୍କ ନିକଟକୁ ଯାଇ ପାଠ ପଢା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ଆସିକା ରେ ଚର୍ଚ୍ଚା ଆରମ୍ଭ ହେଲାଣି।

nis-ad
Leave A Reply

Your email address will not be published.