ଡାବୁଗାଁ କନ୍ୟାଆଶ୍ରମ ନିକଟରେ ଟ୍ରାକ୍ଟର ଓ ବାଇକ ମୁହାଁ ମୁହିଁ ଧକ୍କା ,୨ ବର୍ଷର ଝିଅ ମୃତ,ବାପା ଗୁରୁତର ଓ ପୁଅ ଆହତ…


କ୍ଷତି ପୂରଣ ଦାବିରେ ମୃତ ଝିଅକୁ ଧରି ରାସ୍ତା ଅବରୋଧ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଘଟିଛି ଏକ ହୃଦୟ ବିଦାରକ ଦୂର୍ଘଟଣାରେ ବାପା ସାମ୍ନାରେ ଚାଲିଗଲା ନିଜ ଗେଲ୍ହା ଝିଅର ଜୀବନ ।ଜୀବନ ସହ ଡାକ୍ତରଖାନା ରେ ସଙ୍ଘର୍ଷ କରୁଛି ବାପା, ନବରଙ୍ଗପୁର ଡାବୁଗାଁ ନିକଟସ୍ଥ ଅଙ୍ଗି ନଦୀ ନିକଟରେ ତୁଳସୀ ଗୌଡ଼ ନାମକ ବ୍ୟକ୍ତି ନିଜ ବାଇକରେ ଝିଅ ଆଉ ପୁଅ କୁ ଧରି ଯିବା ସମୟରେ ସାମ୍ନା ପଟୁ ଚାଷକାମ ସାରି ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ତୁଳସୀ ଗୌଡ଼ଙ୍କର ଦୁଇ ବର୍ଷର ଝିଅ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଛି । ଡାବୁଗାଁ ପୋଲିସଙ୍କ ଦ୍ୱାରା ବାପା ତୁଳସୀ ଗୌଡ଼ଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।ବର୍ତ୍ତମାନ ପରିବାର ବର୍ଗ ୨ ବର୍ଷର ମୃତ ଝିଅର ଶବ ଏବଂ ଆହତ ପୁଅକୁ ନେଇ ଡାବୁଗାଁ ନବରଙ୍ଗପୁର ମୁଖ୍ୟ ରାସ୍ତାର ଅଙ୍ଗୀ ନଦୀ ସେତୁ ଉପରେ କ୍ଷତିପୂରଣ ଦାବି ନେଇ ଧାରଣାରେ ବସିଥିବା ଜଣାଯାଏ। ଫଳରେ ନବରଙ୍ଗପୁର ରୁ ଡାବୁଗାଁ ଦେଇ ଉମରକୋଟ ଯିବା ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ସୂଚନା, ସ୍ଥାନୀୟ ତହସିଲଦାର ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛନ୍ତି।

nis-ad
Leave A Reply

Your email address will not be published.