ଆଇନ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମନୋରଞ୍ଜନ ଦାଶ ଅଧ୍ୟକ୍ଷତା କରି ନାବାଳକ ନ୍ୟାୟ ଓ ଶିକ୍ଷା ଅଧିନିୟମ ବିଷୟରେ ରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ, ଏସଡିଜେଏମ ପ୍ରିତିଶ କୁମାର ରଥ, ଛତ୍ରପୁର ଏସଡିପିଓ ଗୌରହରି ସାହୁ, କମିଟି ର ସଦସ୍ୟ ମନୋଜ କୁମାର ପାଢ଼ୀ, ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ, ଶ୍ୟାମ ରାଓ ଓ ପି. ଧର୍ମା ରେଡ୍ଡୀ ପ୍ରମୁଖ ଯୋଗ ଦେଇ ଆଇନସମ୍ପର୍କିତ ବିଭିନ୍ନ ସଚେତନତା କରିଥିଲେ l ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.