ବରିଡା-ଏ ଗ୍ରାମରୁ ସଂପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ଦାବି

ଛତ୍ରପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବରିଡା-ଏ ଗ୍ରାମରୁ ସଂପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ପାଇଁ ପଞ୍ଚାୟତ ପ୍ରତିନିଧିମାନେ ଜୋରଦାର ଦାବି କରିଛନ୍ତି । ମଦ ବିକ୍ରିକୁ ବିରୋଧ କରି ଆମ୍ଭ ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ଏଯାବତ କୌଣସି ଜନହିତକର ପଦକ୍ଷେପ ନିଆଯାଇ ନାହିଁ । ଯାହାକି ଧାର୍ମିକ ଓ ଶାନ୍ତିପ୍ରିୟ ଗ୍ରାମବାସୀମାନେ ଆଦୌ ଗ୍ରହଣ କରିପାରୁନାହାନ୍ତି । ଏନେଇ ଆଜି ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳୀ ସାହୁଙ୍କ ନେତୃତ୍ୱରେ ବରିଡା-ଏ ଗ୍ରାମରୁ ସଂପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ପାଇଁ ବହୁ ପ୍ରତିନିଧି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଆମ୍ଭ ଗ୍ରାମରେ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଦେଶୀ ମଦ ଦୋକାନ ବିଦ୍ୟାଳୟର ଅତି ନିକଟରେ ଅଛି । ଯାହାକି ଏକ ଆଧର୍ଶ ପଞ୍ଚାୟତ ହିସାବରେ ଆଦୌ ଗ୍ରହଣୀୟ ନୁହେଁ । ମଦ୍ୟପମାନଙ୍କ ଦୌରାତ୍ମ୍ୟ ଯୋଗୁଁ ଅନେକବାର ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେଲାଣି, ଯାହାର ପ୍ରଭାବ ଶିକ୍ଷକ ବର୍ଗଙ୍କ ଉଫରେ ସିଧାସଳଖ ପଡିବା ସହିତ ଯୁବଗୋଷ୍ଠୀଙ୍କୁ ମଦ୍ୟପ କରାଉଛି । ଏହାସହିତ ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଏହାର ଏକ ଜଳନ୍ତ୍ୱ ଉଦାହରଣ ଅତୀତରେ ଜଣେ କମ ବୟସର ପିଲା ମଦ୍ୟପାନ କରି ଶ୍ରୀ ଦଧିବାମନ ସ୍ୱାମୀ ମନ୍ଦିର ସମ୍ମୁଖରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟାଇଲା । ଯାହା ଆମ ଗ୍ରାମ ଏବଂ ସମାଜ ପାଇଁ ଲଜ୍ୟାଜନକ କଥା । ଏହିପରି ଅନେକ ଚୋରି, ଡକାୟତି, ରାହାଜାନୀ ଘଟଣା ଭଳି ଘଟି ଚାଲିଛି ଏବଂ ଆମ ଗ୍ରାମର ଅତି କମ ବୟସର ପିଲାମାନେ ପାଠ ଛାଡିବା ମାତ୍ରେ କେତେକ ଅସାଧୁ ଲୋକଙ୍କ ସହ ଶିକାର ହୋଇ ମଦ ପିଇବା ଆରମ୍ଭ କଲେଣି । ଏସବୁ ନିବୃତ୍ତ ହେବା ଲାଗି ଗ୍ରାମରୁ ସଂପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ କରିବା ପାଇଁ ଆମ୍ଭ ପଞ୍ଚାୟତ ପ୍ରତିନିଧି ଏବଂ ଗ୍ରାମ୍ୟ କମିଟିର ସଦସ୍ୟମାନେ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ ଠାରେ ଅନୁରୋଧ କରୁଛୁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ତୁରନ୍ତ ଗ୍ରାମରୁ ମଦ ବିକ୍ରି କରିବାରେ ପଦକ୍ଷେପ ନେବେ ନଚେତ ଗ୍ରାମବାସୀ ତଥା ପଞ୍ଚାୟତ ପ୍ରତିନିଧିମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବାନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ସରପଞ୍ଚଙ୍କ ସମେତ ନାଏବ ସରପଞ୍ଚ ପ୍ରତିଭା ପ୍ରଧାନ, ୱାର୍ଡସଭ୍ୟ ଅନିତା ସାହୁ, ବନ୍ଦିତା ସାହୁ, ସୁଲତା ସାହୁ, ମନୋଜ କୁମାର ସାହୁ ଓ ଏନ୍‌.ଚନ୍ଦନ କୁମାର ସାହୁ ଏବଂ ବରିଡା-ଏ ଗ୍ରାମ୍ୟ କମିଟି ସଭାପତି ରାଜେନ୍ଦ୍ର ସାହୁ, ସଂପାଦକ ପ୍ରବୀଣ ପ୍ରଧାନ, ସ୍ୱେଚ୍ଛାସେବୀ ଅମର ପ୍ରଧାନ ଓ ସୁରେନ୍ଦ୍ର ସାହୁଙ୍କ ବହୁ ଗ୍ରାମ୍ୟ କମିଟି ସଦସ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.