ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ ରେ ପଶିଲା ବର୍ଷା ଜଳ ଛାତ୍ର ଛାତ୍ରୀ ହନ୍ତସନ୍ତ……


ରାଇଘର :୨୯-୭ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ, ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଗ୍ରାମ ପରଚିପାରା ଡି ଏନ କେ ଉ ଜି ଏମ ଈ ବିଦ୍ୟାଳୟ ମଧ୍ୟରେ ବର୍ଷା ଜଳ ପଶି ବିଦ୍ୟାଳୟ ବଗିଚା ଗୁଡିକ ନଷ୍ଟ ହେଇ ଯାଇଛି।ଏହା ସହ ପାଣି ପାଇଁ ବିଦ୍ୟାଳୟର ଛାତ୍ର ଛାତ୍ରୀ,ମାନଙ୍କର ମଧ୍ୟ ଯିବା ଆସିବା କରିବାକୁ କଷ୍ଟ ହେଇ ଯାଇଛି।ତା ପରେ ପରଚିପାରା ଗ୍ରାମର ଜଣେ ଯୁବକ ଅନୁପ ପାଲ ନାମରେ ସେ ଜେସିବି ଗାଡି ଡାକି ଆଣି ଜେସିବି ଦ୍ୱାରା ନାଳ କରି ବିଦ୍ୟାଳୟର ପରିସରରେ ଥିବା ପାଣି ବାହାର କରି ଏଜ ମହାନ ଉଦାରତାର ପରିଚୟ ଦେଇଛନ୍ତି।ଏହି ବର୍ଷା ଜଳ ଚାଷ ଜମିରୁ ନିଷ୍କାସନ ନହେବା ଫଳରେ ଚାଷୀ ଲୋକଙ୍କର ମକା ଫସଲ ଧାନ ଫସଲ ନଷ୍ଟ ହେଇ ଯାଇଛି। ଜମି ପାଣି ଭରି ଯାଇଛି ଭିତରକୁ ଚାଷୀ ଯାଇପାରୁ ନାହାନ୍ତି। ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ସୁବିଧା ନ ଥିବା ଯୋଗୁଁ ବିଦ୍ୟାଳୟ ର ପିଲା ଓ ଚାଷୀ ଅଧିକ ହନ୍ତସନ୍ତ ହେଉଛନ୍ତି।

nis-ad
Leave A Reply

Your email address will not be published.