ମାଲକାନଗିରି, ୨୭।୭ : ମାଓବାଦୀଙ୍କ ଆଇଡି ବୋମା ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁର ଜିଲ୍ଲାରେ । ସୂଚନା ଅନୁଯାୟୀ ଛତିଶଗଡର ବୀଜାପୁର ଜିଲ୍ଲାରେ ଥିବା ମାଓ ଉପଦ୍ରୁତ ମୁତାଭେଣ୍ଡି ଗ୍ରାମର ଯୁବକ ହିଡମା କୱାସୀ ଗ୍ରାମ ନିକଟରେ ଥିବା ମୁରୁମ୍ପାରା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲା । ତେବେ ସେହି ଜଙ୍ଗଲରେ ପୂର୍ବରୁ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଏକ ଆଇଡି ବୋମା ଲଗାଇଥିବା ବେଳେ ଏହି ବୋମାଟି ହଠାତ ବିସ୍ଫୋରଣ ହେବାରୁ ହିଡମା ଏଥିରେ ଗୁରୁତ୍ତର ଆହତ ହୋଇଥିଲେ । ତାଙ୍କର ଗୋଡରେ ଗଭୀର ଆଘାତ ହୋଇଥିବା ବେଳେ ତାଙ୍କୁ କିଛି ସ୍ଥାନୀୟ ଗ୍ରାମବାସି ଉଦ୍ଧାର କରି ମୁତାଭେଣ୍ଡି ସିଆରପିଏଫ କ୍ୟାମ୍ପରେ ପ୍ରାଥମିକ ଚିକିତ୍ସା ପାଇଁ ନେଇଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣା ପଡିଛି ।
Sign in
Sign in
Recover your password.
A password will be e-mailed to you.
Next Post