ଫୁଲବାଣୀ ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ

ଫୁଲବାଣୀ :  ଶିକ୍ଷା ସପ୍ତାହ ହେଉଛି ବାର୍ଷିକ ପଦକ୍ଷେପ ଯାହାକି ସଚେତନତାକୁ ପ୍ରୋତ୍ସାହିତ କରିଥାଏ ଏବଂ ଭାରତରେ ଶିକ୍ଷାର ଗୁରୁତ୍ୱକୁ ପାଳନ କରିଥାଏ l ଦେଶର ସାମଗ୍ରିକ ବିକାଶରେ ଦକ୍ଷତା ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବାକୁ ଏହି ସପ୍ତାହ ଏକ ଅନନ୍ୟ ସୁଯୋଗ ଉପସ୍ଥାପନ କରେ l ଦକ୍ଷତା ଏବଂ ଡିଜିଟାଲ୍ ଶିକ୍ଷା ପାଇଁ ଏହି ପାଳନ ମଧ୍ୟରେ ଗୋଟିଏ ଦିନ ଉତ୍ସର୍ଗ କରି ଆମେ ଏକବିଂଶ ଶତାବ୍ଦୀରେ ଉନ୍ନତି ପାଇଁ ଆବଶ୍ୟକ ଦକ୍ଷତା ସହିତ ଛାତ୍ରମାନଙ୍କୁ ସଶକ୍ତ କରିପାରିବା l
ଶିକ୍ଷା ମାଧ୍ୟମରେ ଛାତ୍ରମାନଙ୍କୁ ସଶକ୍ତ କରିବା ଏକ ପ୍ରମୁଖ ପ୍ରାଥମିକତା କାରଣ ଏହା ସେମାନଙ୍କର ନିଯୁକ୍ତିକୁ ବଢାଇ ଥାଏ ଏବଂ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ୱ ଏବଂ ଆତ୍ମ ସମ୍ମାନ ବଢାଇ ଥାଏ l ଦକ୍ଷତା ବିକାଶ ପାଠ୍ୟକ୍ରମ ଛାତ୍ରମାନଙ୍କୁ କାର୍ଯ୍ୟ ଖୋଜିବାରେ ସାହାଯ୍ୟ କରିପାରିବ, ସେମାନଙ୍କ କ୍ୟାରିଅରକୁ ଆଗକୁ ବଢ଼ାଇବ ​​ଏବଂ ସମ୍ଭାବ୍ୟ ଉଦ୍ୟୋଗୀଙ୍କୁ ସମର୍ଥନ କରିବ, ଯାହାକି ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧିର କାରଣ ହେବ l ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଶିକ୍ଷା ସପ୍ତାହ ଚଳିତ ମାସ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି l ଏହି ଅବସରରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକର ସମସ୍ତ ବିଦ୍ୟାଳୟ ମାନଙ୍କରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି l ପ୍ରଥମ ଦିବସରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ ହୋଇଥିବା ବେଳେ ଦ୍ଵିତୀୟ ଦିବସରେ ଏଫ ଏଲ୍ ଏନ୍ ଦିବସ, ତୃତୀୟ ଦିବସରେ କ୍ରୀଡା ଦିବସ ପାଳନ,ଚତୁର୍ଥ ଦିବସରେ ସାଂସ୍କୃତିକ ଦିବସ ପାଳନ, ପଞ୍ଚମ ଦିବସରେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ, ଷଷ୍ଠ ଦିବସରେ ଇକୋ କ୍ଲବ ଓ ସ୍କୁଲ ପୋଷଣ ଦିବସ ପାଳନ ଏବଂ ସପ୍ତମ ଦିବସରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି l ଛାତ୍ର ଛାତ୍ରୀ ଙ୍କ ପାଇଁ ଏହା ଏକ ବାର୍ଷିକ ଉତ୍ସବ ପରି ଲାଗୁଛି l ସମସ୍ତ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହିତ ପାଳନ କରୁଥିବା ଦେଖିବାକୁ ମିଳୁଛି l ଏହି କ୍ଷେତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ମାନେ ସହଯୋଗ କରିଛନ୍ତି ,ଏବଂ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସି ଆରସିସି ମାନେ ଏହାକୁ ତଦାରଖ କରୁଛନ୍ତି |

nis-ad
Leave A Reply

Your email address will not be published.