ବାଲେଶ୍ୱର ସୀମାରୁ ଆଳୁ ଟ୍ରକ ଫେରାଇନେଲା ପଶ୍ଚିମବଙ୍ଗ

ଜଳେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି ଆଳୁ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ ଥିବାରୁ ଦର ବୃଦ୍ଧି ହୋଇଥିବା କୁହାଯାଉଛି । ଜଳେଶ୍ବରର ସୀମାରେ ଅଟକି ରହିଥିଲା ଆଳୁ ବୋଝେଇ ଟ୍ରକ । ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଟ୍ରକକୁ ଅଟକାଇ ରଖିଥିଲା । ତେବେ ଓଡ଼ିଶା ସୀମାନ୍ତରୁ ଟ୍ରକକୁ ଫେରାଇନେଲା ପଶ୍ଚିମବଙ୍ଗ ପ୍ରଶାସନ । ଘଟଣାସ୍ଥଳରେ ମେଦୀନିପୁର ଜିଲ୍ଲା ଅତିରିକ୍ତ ଏସପି ସୌମିକ ସେନଗୁପ୍ତ ପହଞ୍ଚି ଟ୍ରକ ଫେରାଇ ନେଇଛନ୍ତି । ଗତକାଲି ଠାରୁ ୬୦ ନମ୍ବର ଜାତୀୟ ରାଜପଥ ସୋନାକଣିଆ ଚେକପୋଷ୍ଟ ରେ ଅଟିକି ରହିଛି ୨ଶହରୁ ଅଧିକ ଆଳୁ ବୋଝେଇ ଟ୍ରକ । ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ ।

ସେପଟେ ଆଳୁ କିଲୋ ପିଛା ଦର ୫୦ ଛୁଇଁଲାଣି । ଏହାରି ଭିତରେ ଭୁବନେଶ୍ବର ଆଇଗିଣିଆ ଆଳୁ ଗଦିରେ ସ୍ଥିତି ସମୀକ୍ଷା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ହଠାତ୍ ଆଳୁ ଦର ବୃଦ୍ଧି ପଛରେ କିଛି ଅସାଧୁ ବ୍ୟବସାୟୀ ଅଛନ୍ତି। ସେମାନଙ୍କ ଉପରେ ନଜର ରଖାଯାଇଛି । ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ସରକାରଙ୍କ ସହ ବୈଠକରେ ଆଲୋଚନା କରାଯିବ। ପଶ୍ଚିମବଙ୍ଗରୁ କିଭଳି ଆଳୁ ଆସିପରିବ ସେ ନେଇ ଚେଷ୍ଟା କରାଯାଉଛି । ପରିସ୍ଥିତି ନ ସୁଧିରିଲେ ଉତ୍ତରପ୍ରଦେଶରୁ ଆଳୁ ଅଣାଯିବାକୁ ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି।

nis-ad
Leave A Reply

Your email address will not be published.