ନାଚୁ ନାଚୁ ଚାଲିଗଲେ ନୃତ୍ୟ ଗୁରୁ

ଯାଜପୁର: ନୃତ୍ୟ ଅଭ୍ୟାସ ବେଳେ ଚାଲିଗଲା ନୃତ୍ୟ ଗୁରୁଙ୍କ ଜୀବନ । ଯାଜପୁର ଜିଲ୍ଲା ଷଠୀପୁର ସ୍ଥିତ କ୍ୟାମ୍ପରେ ଯାଜ୍ଞସେନି ଅପେରା ଡ୍ୟାନ୍ସ ଗୁରୁ ମାୟାଧର ଜେନାଙ୍କ ମୃତ୍ୟୁ । ନୃତ୍ୟ ଅଭ୍ୟାସ ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ ନୃତ୍ୟ ଗୁରୁ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ଷଠୀପୁର ସ୍ଥିତ ଯାତ୍ରା ଯାଜ୍ଞସେନି ଅପେରା କ୍ୟାମ୍ପରେ ନୃତ୍ୟ ଅଭ୍ୟାସ ଚାଲିଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗୁରୁ ମାୟାଧର। ତୁରନ୍ତ ତାଙ୍କୁ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନୃତ୍ୟଗୁରୁ ଙ୍କ ମୃତ୍ୟୁ ଖବର ଶୁଣି ଯାତ୍ରା କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

nis-ad
Leave A Reply

Your email address will not be published.