ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଲ ଚଳାଚଳା ପ୍ରଭାବିତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ ହୋଇଛି । ଟ୍ରେନ୍ ଚଳାଚଳ ବିଶେଷ ପ୍ରଭାବିତ ହୋଇନାହିଁ । ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସକାଳ ୮ଟା ୩୦ରେ ଏହି ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନଟି ଡାଉନ ଲାଇନ ଦେଇ କଟକ ଅଭିମୁଖେ ଯାଉଥିଲା । ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା । ଫଳରେ ସେହି ରୁଟ୍‌ରେ ଟ୍ରେନ ଚଳାଚଳା ପ୍ରଭାବିତ ହୋଇଛି। ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା ଜଣାଯାଇଛି।

nis-ad
Leave A Reply

Your email address will not be published.