ଫୁଲବାଣୀ : ଶିକ୍ଷକଙ୍କ ଅକାଳ ବିୟୋଗ…

ଫୁଲବାଣୀ : ସମସ୍ତଙ୍କ ଅତି ପରିଚିତ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଙ୍କ ହୃଦଘାତରେ ଗତକାଲି ମଧ୍ୟରାତ୍ରୀରେ ଶେଷ ନିଶ୍ୱାସ ତ୍ୟାଗ କଲେ l ସେ ବର୍ତ୍ତମାନ କ।ଣିବିଡିକା ପ୍ରାଥମିକ ବିଦ୍ୟାଳୟ ,ବଣ୍ଡ ଗୁଡ଼ା ପଂଚାୟତ, କେ.ନୂଆଗାଁ ବ୍ଲକରେ କାର୍ଯ୍ୟରତ ଥିଲେ l ସେ ସରକାରୀ ଚାକିରୀରେ 1991 ମସିହାରେ ଯୋଗ ଦେଇଥିଲେ l ଜଣେ ସମାୟାନୁବର୍ତୀ, କର୍ତ୍ତବ୍ୟ ନିଷ୍ଟ, ମିଷ୍ଟଭାସି ଶିକ୍ଷକ ରୂପେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ l ତାଙ୍କ ବିୟୋଗରେ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନ୍ତୋଷ କୁମାର ଦିଗାଲ,ଉପଦେଷ୍ଟା ରାଧାନାଥ ସାହୁ,ସମ୍ପାଦକ ଶରତ କୁମାର ମାଝୀ, ରାଜ୍ୟ ସମ୍ପାଦକ ବିଦେଶୀ ନାୟକ ଓ ବହୁ ଶିକ୍ଷକ/ ଶିକ୍ଷୟିତ୍ରୀ ଦୁଃଖ ପ୍ରକାଶ କରି ସମବେଦନା ଜଣାଇ ଥିଲେ l

nis-ad
Leave A Reply

Your email address will not be published.