ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟରେ ରାଗିଂ ଅଭିଯୋଗ

ବ୍ରହ୍ମପୁର : ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟରେ ରାଗିଂ ଅଭିଯୋଗ । ରାଧାକୃଷ୍ଣନ୍ ଛାତ୍ରାବାସରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରମାନେ ଦ୍ୱୀତିୟ ବର୍ଷର ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ୟୁଜିସିର ଆଣ୍ଟି ରେଗିଂ ସେଲକୁ ଇ-ମେଲ୍ ଦ୍ୱାରା ଅଭିଯୋଗ ଜଣାଇବା ପରେ ସେଲ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ଏହାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଆସିଛି । ରେଗିଂ ନେଇ ଦୁଇଦିନ ପୂର୍ବେ ଇ-ମେଲ ଯୋଗେ ଅଭିଯୋଗ କରିଥିଲେ ।  ଆଜି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ଅଧ୍ୟକ୍ଷତାରେ ଆଣ୍ଟି ରେଗିଂ ସେଲର ସଦସ୍ୟଙ୍କୁ ନେଇ ଏକ ବୈଠକ ପରେ ତଦନ୍ତ ଆରମ୍ଭ ହୋଇଛି ।

ଅଭିଯୋଗରେ କଣ ରହିଛି ସତ୍ୟତା, ଘଟଣାରେ କେଉଁ କେଉଁ ଛାତ୍ରମାନେ ସଂପୃକ୍ତ ଭଳି ବିଭିନ୍ନ ଦିଗେର ତଦନ୍ତ କରୁଛି । ଛାତ୍ରାବାସର ରେଗିଂର ଶୀକାର ହୋଇଥିବା ଜୁନିଅର ଛାତ୍ର ଓ ନିର୍ଯାତନା ଦେଉଥିବା ସିନିୟର ଛାତ୍ରଙ୍କୁ ନେଇ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ରେଗିଂର ଅଭିଯୋଗ ପାଇବା ପରେ ଛାତ୍ରାବାସର ସୁପରିଟେଣ୍ଡେଣ୍ଟ ଓ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସ୍ୱାଡ୍ ହଷ୍ଟେଲ ଅଚାନକ ପରିଦର୍ଶନ କରୁଛନ୍ତି ।

ଏପରିକି ବ୍ରହ୍ମପୁର ଟାଉନ ଥାନକୁ ମଧ୍ୟ ଖବର ଦିଆଯାଇଥିବା ବେଳେ ଛାତ୍ରାବାସର ଅନ୍ତେବାସୀ ମାନଙ୍କୁ ହଷ୍ଟେଲ ପରିସରରେ ଶାନ୍ତି ଶୃଙ୍ଖଳାର ସହ ରହିବାକୁ ସୁପେରିଟେଣ୍ଡେଣ୍ଟ ପରାମର୍ଶ ଦେଇଛନ୍ତି । ସେପଟେ ବିଶ୍ୱବିଦ୍ୟାଳୟର ଆଣ୍ଟି ରେଗିଂ ସେଲର ଆସନ୍ତାକାଲି ପୁଣି ବୈଠକ ହେବାକୁ ଥିବା ବେଳେ ତଦନ୍ତ ପରେ ହିଁ ଘଟଣାର କଣ ରହିଛି ସତ୍ୟତା ତାହା ଜଣାପଡିବ ।

nis-ad
Leave A Reply

Your email address will not be published.