ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି, ୨୨।୭ : ଜାତୀୟ ପତାକା ଦିବସ ଅବସରରେ ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା । ମାଲକାନଗିରି ମହାବିଦ୍ୟାଳୟର ଏନସିସିର ଅଧିକାରୀ ଲେଫଟିନେଣ୍ଟ ସୁଶାନ୍ତ ମାଝିଙ୍କ ଉତ୍ତମ କାର୍ଯ୍ୟ କଳାପ ଯୋଗୁଁ ତାଙ୍କୁ ଏନସିସି ପକ୍ଷରୁ ଜୁନିୟର ୱାରେଣ୍ଟିୟର ଅଫିସର ଜ୍ଯୋତି ଶଙ୍କର ମିଶ୍ରଙ୍କ ଦ୍ଵାରା ଭୁବନେଶ୍ଵର ଏନସିସି କାର୍ଯ୍ୟଳୟରେ ଡିଜି ସ୍ମୁତି ଉତ୍ସବ ପୁରସ୍କାରରେ ପୁରସ୍କୃତ କରଯାଇଥିଲା । ତେବେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଆଜି ଜାତୀୟ ପତାକା ଦିବସ ପାଳନ ଅବସରରେ ମାଲକାନଗିରି ମହାବିଦ୍ୟାଳୟରେ ସମ୍ବର୍ଦ୍ଧିନା ଜ୍ଞାପନ କରାଯାଇଛି । ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ଅଧକ୍ଷ ଲିଙ୍ଗରାଜ ମିଶ୍ର, ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ଵାଇଁଙ୍କ ସହ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଶ୍ରୀ ମାଝିଙ୍କ ଏପରି ସଫଳତା ଜିଲ୍ଲା ଓ ମହାବିଦ୍ୟାଳୟ ପାଇଁ ଏକ ଗର୍ବ ବୋଲି ଅଧକ୍ଷ ଶ୍ରୀ ମିଶ୍ର ପ୍ରକାଶ କରିବା ସହ ଆଗକୁ ଏପରି କାର୍ଯ୍ୟ ଜାରି ରଖିବା ପାଇଁ ତାଙ୍କୁ ଉତ୍ସାହିତ କରିଥିଲେ ।

nis-ad
Leave A Reply

Your email address will not be published.