ଟ୍ରାନ୍ସଫର୍ମର ଉପରେ ଗଛପଡି ବିଦ୍ୟୁତ ବିଭ୍ରାଟ, ୬ ଘଣ୍ଟା ପରିଶ୍ରମ ପରେ ଫେରିଲା ବିଜୁଳି

ମାଲକାନଗିରି : ମାଲକାନଗିରି ବିଗତ ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ସଦର ମହକୁମା ର ବିଭିନ୍ନ ଜାଗାରେ ଭୁସ୍କଲନ, ବସ୍ତିରେ ବନ୍ୟାଜଳ ପଶିବା ଭଳି ଘଟଣା ଯୋଗୁଁ ନାନା ଅସୁବିଧା ଉପୁଜିବା ସହ ପରିସ୍ଥିତି ଶୋଚନୀୟ ହୋଇପଡିଥିବା ବେଳେ ଆଜି ଅନ୍ୟଏକ ଘଟଣା ଘଟି ମାଲକାନଗିରି ସଦର ମହକୁମା ପି ଡବ୍ଲୁ ଡ଼ି କଲୋନୀରେ ବର୍ଷା ଯୋଗୁଁ ଏକ ବିରାଟ କୃଷ୍ଣଚୂଡ଼ା ଗଛ ଉପୁଡି ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ପଡିବା ଯୋଗୁଁ ବିଦ୍ୟୁତ ପ୍ରଭାବ ରେ ବ୍ୟତିକ୍ରମ ଦେଖାଦେଇଛି । ଖବର ପାଇ ବିଦ୍ୟୁତ ବିଭାଗର ଯନ୍ତ୍ରୀ ବ୍ରଜେଶ ପ୍ରସାଦ ନାୟକ ନିଜ କର୍ମଚାରୀଙ୍କୁ ନେଇ ଘଟଣା ସ୍ଥଳରେ ପହଁଚି ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଗଛଟି ଅତ୍ୟଧିକ ବଡ଼ ଥିବାରୁ ଓଡ୍ରାଫ ଟିମର ସହାୟତା ନିଆଯିବା ସହିତ ଉକ୍ତ ଗଛଟିକୁ କ୍ରେନ୍ ମାଧ୍ୟମରେ ଟ୍ରାନ୍ସଫର୍ମର ଉପରୁ କଢାଯାଇ ଥିଲା । ଦିନ ତମାମ ପ୍ରବଳ ବର୍ଷା ସ୍ୱତ୍ତ୍ୱେ ବିଦ୍ୟୁତ ବିଭାଗ ଓ ଓଡ୍ରାଫ ଟିମ ଦିନ ୧୨.୩୦ ରୁ ସନ୍ଧ୍ୟା ୬.୦୦ଘଂଟିକା ପର୍ଯ୍ୟନ୍ତ ନିଜର କଷ୍ଟ ସାଧ୍ୟ ପ୍ରଚେଷ୍ଟା ଯୋଗୁଁ ସଦର ମହକୁମା ର ପ୍ରାୟ ଅର୍ଦ୍ଧେକ କ୍ଷେତ୍ରରେ ବିଜୁଳି ପ୍ରବାହ ସମ୍ଭବ ହୋଇପାରିଥିଲା । ଆଜିର ଏହି କାର୍ଯ୍ୟ କୁ ବିଦ୍ୟୁତ ବିଭାଗ କର୍ମଚାରୀ ପୁରୁଷୋତ୍ତମ ଗଉଡ଼,ଏସ ଏନ ବେହେରା, ବିପୁଲ କୁମାର ହଲବା ଓ ଧନୁଯ୍ୟୟ ଖିଲ ଙ୍କ ଯୋଗୁଁ ସମ୍ଭବ ହୋଇପାରି ଥିବା ବେଳେ ଦୀର୍ଘ ୬ଘଂଟା କାଳ ବର୍ଷାରେ ଭିଜି ଭିଜି କାର୍ଯ୍ୟ ସମ୍ପାଦନ କରିଥିବାରୁ ସାଧାରଣ ରେ ପ୍ରଶଂସିତ ହୋଇଛନ୍ତି।

nis-ad
Leave A Reply

Your email address will not be published.