ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତ ରତାଂଗ ମୁନିପଦା ତିନିଛକ ନିକଟରେ ମିଳିଛି ମୃତଦେହ । ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସେହି ପଂଚାୟତ ରତାଂଗ ଗ୍ରାମରେ ଗୌରାଂଗ ଦାସଙ୍କ ପୁଅ କୈଳାସ ଦାସ ବୋଲି ଜଣା ପଡିଛି । କୈଳାସ ଦୀର୍ଘ ଦିନ ହେବ ନିଜ ପରିବାରକୁ ନେଇ ବଲାଙ୍ଗୀରରେ ରହି ଆସୁଛନ୍ତି ।

ସେ ଗତ ଶନିବାର ଦିନ ନିଜର ରେସନ ସାମଗ୍ରୀ ନେବା ପାଇଁ ରାତାଂଗ ଅଂଚଳକୁ ଆସିଥିଲା । ଗତକାଲି ସନ୍ଧ୍ୟା ସମୟରେ କୈଳାସ ମୁନିପଦା ପାଖରେ ବୁଲୁ ଥିବାର ଲୋକେ ଦେଖିବାକୁ ପାଇଥିଲେ । ହେଲେ ଆଜି ସକାଳ ସମୟରେ ପରିବାର ଲୋକ ଶୁଣିବାକୁ ପାଇଥିଲେ କୈଳାସର ମୃତ ଦେହ ମୁନିପଦା ନିକଟର ଏକ ନୟନଜୋରି ନିକଟରେ ପଡିଛି ।  ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି କୈାଣସି ଦୁର୍ବୁର୍ତ୍ତ କୈଳାସକୁ ମାରି ସେଠାରେ ପକାଇ ଦେଇଥିବା ସନ୍ଦେହ କରି ପୋଲିସ ପାଖରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।  ପୋଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଚଳାଇଛି  ।

nis-ad
Leave A Reply

Your email address will not be published.