କାତି ଚୋଟରେ ବୃଦ୍ଧ ଗୁରୁତର, ଅଭିଯୁକ୍ତ ଗିରଫ…

ହିଞ୍ଜିଳିକାଟୁ ୧୯!୭ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ଥାନା ଅଧିନ ଗୋବିନ୍ଦପୁର ଗ୍ରାମ ରେ ଶୁକ୍ରବାର ସକାଳେ ଜଣେ ହୋଟୋଲ ମାଲିକ ବୃଦ୍ଧଙ୍କ ଉପରେ କାତିରେ ମାରାତ୍ମକ ଆକ୍ରମଣ ହୋଇଛି ‌। ଗୁରୁତର ଆହତ ଜଣକ ଗୋବିନ୍ଦପୁର ଗ୍ରାମ ର ହରିସାହୁ୬୫ ।ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଗ୍ରାମ ବାସୀ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।କାତି ଚୋଟରେ ହରିଙ୍କମୁଣ୍ଡକୁ ଗଭୀର ଆଘାତ ଲାଗିଥିବା ରୁ ହରି ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ହିଞ୍ଜିଳିକାଟୁ ମେଡିକାଲ ରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଈଛି।ଖଵର ପାଇ ଶେରଗଡ ପୋଲିସ ହିଞ୍ଜିଳିକାଟୁ ମେଡିକାଲ ରେ ପହଞ୍ଚି ହରିଙ୍କ ଵୟାନ ରେକର୍ଡ କରି ଘଟଣାର ତଦନ୍ତ ଚଳାଈଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଶୁକ୍ରବାର ସକାଳେ ହରି ଗ୍ରାମ ଶିବମନ୍ଦିର କୁ ଯାଉଥିବାବେଳେ ଗୋବିନ୍ଦପୁର ଗ୍ରାମର ରାଜେନ୍ଦ୍ର ଜେନା ହାତରେ ଏକ କାତି ଧରି ନିଜ ଘର ଆଗରେ ଅତର୍କିତ ଆକ୍ରମଣ କରିଥିଲେ । ରାଜେନ୍ଦ୍ର ଙ୍କ ସ୍ତ୍ରୀ ଘରୁ ଦୈଡି ଆସି ସ୍ଵାମିଙ୍କ କବଳରୁ ହରିଙ୍କୁ ଉଦ୍ଧାର କରିଥିଲେ ।ପରେ ଗ୍ରାମବାସୀ ହରିଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏବେ ଯାଏଁ ହରିଙ୍କୁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥ‌ିବା ବେଳେ ଅଭିଯୁକ୍ତ ରାଜେନ୍ଦ୍ର ଜେନା ଙ୍କୁ ଅଟକ ରଖି ପଚରାଉଚରା କରୁଛି ଶେରଗଡ଼ ପୋଲିସ ।

nis-ad
Leave A Reply

Your email address will not be published.