ମାନବିକତା ଦେଖାଇଲେ କଲେଗାଁ ଉଚ୍ଚ ବିଧ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ

ଉମରକୋଟ /ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଫଳରେ ଅଟୋରେ ବସିଥିବା ଜଣେ ଲୋକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ପ୍ରକାରେ କଲିକତା ଅଞ୍ଚଳର ଶିବା ଦେବନାଥ ନାମକ ଜଣେ ଚାରା ବ୍ୟବସାୟୀ ଝରିଗାଁ ତଥା ଆଖପାଖ ବ୍ଳକରେ ବିଭିନ୍ନ ପ୍ରକାରର ଚାରା ବିକ୍ରି କରନ୍ତି । ଆଜି ଶିବା ଦେବନାଥ ସହ ଅନ୍ୟ ଜଣେ ଚାରା ବିକ୍ରି କରିବା ପାଇଁ ଉମରକୋଟ ସ୍ଥିତ ଡଙ୍ଗରିଗୁଡା ନର୍ସରି ଠାରୁ ବିଭିନ୍ନ କିସମର ଚାରା ସଂଗ୍ରହ କରି ଅଟୋ ନମ୍ବର OD24D 6605 ଯୋଗେ ଉମରକୋଟ ଠାରୁ ଚନ୍ଦାହାଣ୍ଡି ବ୍ଲକରେ ବିକ୍ରି କରିବା ପାଇଁ ଯାଉଥିଲେ।ତେବେ ଆଜି ଦିନ ପ୍ରାୟ ୯ ଘଣ୍ଟା ୩୦ ମିନିଟ ସମୟରେ ଅଟୋର ବ୍ରେକ ଫେଲ ହେବା ଯୋଗୁଁ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୁଟି ଭାରସାମ୍ୟ ହରାଇ ଓଲଟି ପଡ଼ି ଶିବା ଦେବନାଥଙ୍କ ଉପରେ ଅଟୋ ଲେଉଟି ପଡିଥିବା ସୂଚନା ମିଳିଛି।

ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଆସୁଥିବା କଲେଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵନାଥ ସାହୁ ଅନ୍ୟ ମାନଙ୍କ ସହଯୋଗରେ ଶିବା ଦେବନାଥଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଏକ ବିଶାଳ ମନର ମାନବିକତାର ପରିଚୟ ଦେଇ ପ୍ରସଂଶିତ ହୋଇଛନ୍ତି । ତେବେ ଶିବା ଦେବନାଥଙ୍କ ମୁଣ୍ଡ ସହ ଡାହାଣ ହାତ ଓ ଦୁଇଟି ଆଣ୍ଠୁରେ ପ୍ରବଳ ଆଘାତ ହୋଇଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଶାରୀରିକ ଅବସ୍ଥା ସଙ୍କଟାପୂର୍ଣ୍ଣି ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।ଗାଡି ଚାଳକ ସହ ସାଥିରେ ଯାଇଥିବା ଅନ୍ୟ ଜଣେ ଦୁର୍ଘଟଣା ପରେ ଫେରାର ଥିବା ଯୋଗୁଁ ପରିଚୟ ମିଳିନାହିଁ।

nis-ad
Leave A Reply

Your email address will not be published.