ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ଝିଙ୍କ ଶିକାର କରି ଗିରଫ ହୋଇଛନ୍ତି ଜଣେ ପ୍ରଧାନ ଶିକ୍ଷକ। ତାଙ୍କ ସହିତ ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି ମୟୂରଭଞ୍ଜ ଶିମିଳିପାଳ ଦକ୍ଷିଣ ଡିଭିଜନର ବନ କର୍ମଚାରୀ। ଅଭିଯୁକ୍ତ ଦ୍ୱୟଙ୍କଠାରୁ ଦେଢ଼ କେଜି ଝିଙ୍କ ମାଂସ, ୮୮ଟି ଝିଙ୍କ କାଠି, ଗୋଟିଏ ବନ୍ଧୁକ ଏବଂ କିଛି ଧନୁତୀର ଜବତ କରାଯାଇଛି।
ଝିଙ୍କ ଶିକାର କରି ଗିରଫ ହୋଇଥିବା ପ୍ରଧାନ ଶିକ୍ଷକଙ୍କ ନାଁ ବାଇଧର ସୋରେନ। ସେ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ହଳଦୀବଣି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଛନ୍ତି। ସେହିପରି ଗିରଫ ହୋଇଥିବା ତାଙ୍କ ସହଯୋଗୀଙ୍କ ନାଁ ଚାମୁଟୁ ହେମ୍ବ୍ରମ।
ଶିମିଳିପାଳ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଝିଙ୍କ ଶିକାର କରିଥିବା ହେତୁ ସେମାନଙ୍କ ନାଁରେ ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଝିଙ୍କ ସିଡ୍ୟୁଲ ୧ ପ୍ରଜାତିର ହୋଇଥିବା ହେତୁ ଏହାକୁ ଶିକାର କରିବା ଧର୍ତ୍ତବ୍ୟ ଅପରାଧ ବୋଲି କହିଛନ୍ତି ଦକ୍ଷିଣ ଶିମିଳିପାଳର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼।
ସେ କହିଛନ୍ତି, କିଛି ଲୋକ ଝିଙ୍କ ମାରିଥିବା ନେଇ ଆମେ ଖବର ପାଇଥିଲୁ। ଖବର ପାଇବା ମାତ୍ରେ ରେଞ୍ଜ ଅଫିସରଙ୍କ ନେତୃତ୍ୱରେ ଏକ ରାପିଡ୍ ଆକ୍ସନ ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ଝିଙ୍କ ମାଂସ ଓ କାଠିର ନମୂନା ଲାବୋରୋଟାରୀକୁ ପଠାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post