ପ୍ରତିଶୃତି ପାଳନ ନହେବାରୁ ପୌର ପରିଷଦ ସମ୍ମୁଖରେ ଅଳିଆ ପକାଇ ପ୍ରତିବାଦ ଜଣାଇଲେ ଚାଷୀ

ମାଲକାନଗିରି, ୧୭।୭ : ମାଲକାନଗିରି ସଦର ମହକୁମା ମାଉଲି ମା ମନ୍ଦିର ସାହି ୱାର୍ଡ ନଂ. ୬ର ଜଣେ ଚାଷୀ ତାଙ୍କ ଜମିରେ ୱାର୍ଡ ନଂ. ୩, ୬ ଓ ୭ର ଅଳିଆ ସବୁ ବର୍ଷା ପାଣିରେ ଭାସି ଆସି ଜମି ରହୁଥିବାରୁ ଗତ ଚାରିବର୍ଷ ହେଲା ଚାଷ କରିବାରେ ସମସ୍ୟା ଭୋଗିବା ସହ ଏ ସମ୍ବନ୍ଧରେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବାରୁ ଆଜି ପ୍ରତିବାଦ କରି ଜମିରେ ପଡି ରହିଥିବା ଅଳିଆକୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପକାଇ ପ୍ରତିବାଦ ଜଣାଇଛନ୍ତିା ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାରୋ ସଦର ମହକୁମାର ମାଉଲି ମା ମନ୍ଦିର ସାହିର ଚାଷୀ ଗୋପନାଥ ଦାନୀ ଆଜି ତାଙ୍କ ଜମିରେ ପ୍ରବେଶ କରିଥିବା ସମସ୍ତ ଅଳିଆ ଆବର୍ଜନାକୁ ଗୋଟିଏ ଜରି ବସ୍ତାରେ ଆଣି ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପକାଇ ପ୍ରତିବାଦ ଜଣାଇଛନ୍ତିା

ଏ ସମ୍ବନ୍ଧରେ ଗୋପିନାଥ ଦାନି ପ୍ରକାଶ କରିଛନ୍ତି ଯେ, ମୁଁ ଜଣେ ଗରୀବ ଚାଷୀ, ମୋ ଜମିକୁ ଗତ ଚାରିବର୍ଷ ହେଲା ୱାର୍ଡ ନଂ. ୩, ୬ ଓ ୭ର ସମସ୍ତ ଅଳଇଆ ଆବର୍ଜନା ଆସି ଭର୍ତି ହେଉଅଛିା ବର୍ଷା ମାସରେ ବର୍ଷା ଜଳ ସହ ଉକ୍ତ ତିନୋଟି ୱାର୍ଡର ନାଳ ନର୍ଦମାରୁ ନିର୍ଗତ ହେଉଥିବା ସମସ୍ତ ପାଣି ମୋ ଜମିରେ ଆସି ଜମା ହେଉଛଇା ଏ ସମ୍ବନ୍ଧରେ ମୁଁ ଏଥିପୂର୍ୱେ ସ୍ଥାନୀୟ ତହସିଲଦାର, ପୌର ପରିଷଦ ନିର୍ୱାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ମୋ ଜମି ନିକଟ ରାସ୍ତାରୁ ଅଳଇଆ ଆବର୍ଜନା ଯିବା ନିମନ୍ତେ ସ୍ୱତନ୍ତ୍ର ଭାବେ ନାଳ ନିର୍ମାଣ କରି ଅଳିଆ ଆବର୍ଜନା ନିସ୍କାସନ କରିବାର ସୁବିଧା କରିବା ପାଇଁ ଜଣାଇଥିଲିା କିନ୍ତୁ ବାରମ୍ବାର ଅଭି ଯୋଗ କରିବା ସତ୍ୱେ ଏହି ସମସ୍ୟାର ସମାଧାନ ହୋଇ ପାରିଲା ନାହିାଁ ତେଣୁ ବାଧ୍ୟ ହୋଇ ମୋ ଜମିରେ ଥିବା ସମସ୍ତ ଅଳିଆ ଆବର୍ଜନାକୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ କୁଢ କରିଛିା ଯେଉଁ ଦିନ ପର୍ଯ୍ୟାନ୍ତ ମୋ ଜମିର ସମସ୍ୟାର ସମାଧାନ ହେବ ନାହିଁ ଉକ୍ତ ଦିନ ପର୍ଯ୍ୟନ୍ତ ସବୁଦିନେ ମୁଁ ଏହି ଅଳିଆ ଆଣି କାର୍ଯ୍ୟାଳୟ ସମ୍ମୁଖରେ କୁଢ କରିବି ବୋଲି ସେ ପ୍ରକାଶ କରିଛନ୍ତିା ଏ ସମ୍ବନ୍ଧରେ ପୌର ପରିଷଦ ନିର୍ୱାହୀ ଅଧିକାରୀ ରାଜେନ୍ଦ୍ର ଖରାଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିଲା ନାହିାଁ

nis-ad
Leave A Reply

Your email address will not be published.