ସୁନାବେଶରେ ଚମକିଲେ ଚତୁର୍ଦ୍ଧାମୂର୍ତ୍ତି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ l ବୁଧବାର ବଡ଼ ଏକାଦଶୀ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଛତ୍ରପୁର ତାଡେ଼ପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ l ରଥ ଉପରେ ଶ୍ରୀ ଜୀଉ ଙ୍କୁ ଦର୍ଶନ କରିଥିଲେ l ସନ୍ଧ୍ୟାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା l ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କୁ ସୁନାରେ ସୁସଜ୍ଜିତ କରାଯାଇଥିଲା l ରଥ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନା ବେଶ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି l ଆସନ୍ତା କାଲି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି l

nis-ad
Leave A Reply

Your email address will not be published.