ରାଜା ମାର୍କେଟର କର୍ମକର୍ତ୍ତା ଚୟନ

ଫୁଲବାଣୀ : ନାମକରଣ ଅନୁଯାୟୀ କାର୍ଯ୍ୟ କଲେ ସମସ୍ତଙ୍କ ମୁଖରେ ପ୍ରସଂଶା ଭାଜନ ହୋଇଥାନ୍ତି l ଫୁଲବାଣୀ ସହରର ମାର୍କେଟ ମାନଙ୍କ ମଧ୍ୟରେ ରାଜା ମାର୍କେଟ ଅନ୍ୟତମ l ନା ଯେପରି ରାଜା, ମାର୍କେଟର କାମ ମଧ୍ଯ ସେପରି ରାଜାଙ୍କ ପରି l ସେହି ମାର୍କେଟ ସବୁବେଳେ ସବୁସମୟରେ ପ୍ରତ୍ୟେକ ପର୍ବପର୍ବାଣୀରେ ଯଥା ରାମ ନବମୀ, ରଥଯାତ୍ରା, ଦଶହରା, ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଠାକୁରାଣୀ ଯାତ୍ରା, ଦଣ୍ଡନାଚରେ ଉତ୍ସବମୁଖର l ଏହି ମାର୍କେଟର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜନସେବା ସହ ଭାଇଚାରା ଭାବ ସ୍ରୁଷ୍ଟି କରିବା l ଉପରୋକ୍ତ ସମସ୍ତ ଉତ୍ସବରେ ଲୋକଙ୍କୁ ପଣା ପାଣି, ଅନ୍ନଛତ୍ର ବଣ୍ଟନକୁ ପ୍ରାଧାନ୍ୟ ଦେଇଥାନ୍ତି l ତତ୍ ସହିତ ବୃଦ୍ଧା ଶ୍ରମ, ଅନାଥ ଆଶ୍ରମରେ ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ଫଳ ଶୁଖିଲା ଖାଦ୍ୟ ବଣ୍ଟନ କରି ସମଗ୍ର୍ ଫୁଲବାଣୀ ରେ ବେଶ୍ ପ୍ରଶଂସିତ ହୋଇଛି l
ସେହି ମାର୍କେଟ ର ଆଗାମୀ ଦୁଇବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ସର୍ବ ସମ୍ମତି କ୍ରମେ ହୋଇଯାଇଛି l ସଭାପତି ଭାବେ ଗୋବିନ୍ଦ ପଣ୍ଡା ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ରବି ନାରାୟଣ ସାହୁ ଏବଂ କୋଷାଧ୍ଯକ୍ଷ ଭାବେ ରବି ସାହୁଙ୍କୁ ଚୟନ କରାଯାଇଛି l ସେହିପରି ଶେଷରେ ଅରୁଣ ପଣ୍ଡାଙ୍କୁ ପରାମର୍ଶ ଦାତା ଭାବେ ମନୋନିତ କରାଯାଇଛି l

nis-ad
Leave A Reply

Your email address will not be published.