୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ଶଙ୍ଖ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି।

ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଜେଡି ସାଂସଦଙ୍କ ବୈଠକ ହେବାର ଯୋଜନା ରହିଛି । ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଦଳର କ’ଣ ଭୂମିକା ରହିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବା ନେଇ ସୂଚନା ମିଳିଛି। ତେବେ ନବୀନଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ। ବିରୋଧୀ ଦଳ ଭାବେ ବିଜେଡିକୁ ଜନାଦେଶ ମିଳିଛି। ବିଜେଡି ସଭାପତି ଆମକୁ ଜନାଦେଶ ଅନୁସାରେ ଓଡ଼ିଶାବାସୀଙ୍କ ସ୍ୱର ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି ରାଜ୍ଯସଭା ସାଂସଦ ସୁଲତା ଦେଓ।

ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ସାଂସଦ। ଦରଦାମ ବୃଦ୍ଧି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅର ଆକ୍ରମଣ ଘଟଣା ସାଙ୍ଗକୁ ଅନେକ ପ୍ରସଙ୍ଗ ରହିଛି। ସେସବୁକୁ ନେଇ ବିଜେଡି ଶାସକ ଦଳକୁ ବିଧାନସଭାରେ ଘେରିପାରେ। ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

nis-ad
Leave A Reply

Your email address will not be published.