ଗୋମାଂସ ବୋଝେଇ କଣ୍ଟେନର ଜବତ : ମୁଖ୍ୟଅଭିଯୁକ୍ତଙ୍କୁ ଗିରଫ ଦାବୀ

ଛତ୍ରପୁର : ଛତ୍ରପୁର ଡିଆରଡିଏ ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଗୋମାଂସ ବୋଝେଇ କଣ୍ଟେନର ଜବତ ହୋଇଛି l କଲକତା ରୁ ଟିଏନ ୦୪ ଏୟୁ ୫୬୫୫ ନଂ ଏକ କଣ୍ଟେନର ଯୋଗେ ଗୋରୁ ମାଂସ ନେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଏକ କଣ୍ଟେନର କୁ କୌଣସି ପ୍ରକାରେ ସୂଚନା ପାଇଁ ବଜରଙ୍ଗଦଳ ସଦସ୍ୟ ଓ ସ୍ଥାନୀୟ ଯୁବକ ମାନେ ଡିଆରଡିଏ ଛକ ନିକଟରେ ଅଟକାଇ ଥିଲେ। ଉକ୍ତ କଣ୍ଟେନର ବହୁ ପରିମାଣର ବକ୍ସ ମାଧ୍ୟମରେ ଗୋ ମାଂସ ଗୁଡିକ ପ୍ୟାକ କରି ରଖାଯାଇଥିଲା | ପାଖାପାଖି ୧୮ ଟନ | ଘଟଣାର ଖବର ପାଇଁ ଛତ୍ରପୁର ଥାନା ପୋଲିସ ପହଂଚି ଉକ୍ତ ଗାଡିକୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା କରୁଛି | ଏହି କରବାର ର ମୁଖ୍ୟ କୁ ତୁରନ୍ତ ଗିରଫ କରିବା ଦାବୀ ନେଇ ବଜରଙ୍ଗୀ ଦଳର ସଦସ୍ୟ ଗଣେଶ ବେହେରା ଛତ୍ରପୁର ଥାନା ରେ ଏତଲା ଦେଇଛନ୍ତି, ଏହାର ନକଲ ଗଞ୍ଜାମ ଏସପି, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି

nis-ad
Leave A Reply

Your email address will not be published.