ପୋଡପିଠା ଖାଇଲେ ବ୍ରହ୍ମାଣ୍ଡ ଠାକୁର

ପୁରୀ: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା । ଏନେଇ ଉଠୁଛି ପଡୁଛି ଜଗନ୍ନାଥ ଧାମ । ମାଉସୀ ମାଙ୍କ ଘରେ ଶ୍ରୀଜିଉ ବଡ ଭାଇ ବଳରାମ ଗେହ୍ଳି ଭଉଣୀ ସୁଭଦ୍ରାଙ୍କୁ ଧରି ପୋଡପିଠା ଖାଇଛନ୍ତି ବ୍ରହ୍ମାଣ୍ଡ ଠାକୁର । ବଡ ଦେଉଳକୁ ଫେରିବେ ତିନି ଠାକୁର । ଶରଧାବାଲିରେ ସୁସଜ୍ଜିତ ହୋଇଛି । ଏହାପରେ ପହଣ୍ଡି ହୋଇ ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧା ମୁରତୀ । ପ୍ରଥମେ ରଥାରୁଢ ହୋଇଛନ୍ତି ବଡ ଠାକୁର ବଳରାମ ଏହାପରେ ସୁନାନାକୀ ଭଉଣୀ ସୁଭଦ୍ରା ଏବଂ ଶେଷରେ ରଥାରୁଢ ହୋଇଛନ୍ତି ମନୁଆ ଠାକୁର କାଳିଆ ସାଆନ୍ତ ।

ପ୍ରଥମେ ଗଡିଲା ବଳରାମଙ୍କ ତାଳଧ୍ୱଜ ରଥ ତାପରେ ମା ସୁଭଦ୍ରାଙ୍କ ରଥ ଦେବଦଳନ ଶେଷରେ ଗଡିଛି କାଳିଆର ନନ୍ଦିଘୋଷ ରଥ । ଏହି ତିନି ରଥ ଗଡିବା ଆରମ୍ଭ ହୋଇଗଲାଣି । ଧୀରେ ଧୀରେ ଗଡୁଛି ରଥ । ରଥ ଟାଣିଛନ୍ତି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ । ଚାରିଆଡେ ପ୍ରକମ୍ପିତ ହେଉଛି ଜୟ ଜଗନ୍ନାଥ ଧ୍ୱନୀ । ହରିବୋଲ ,ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି ଶରଧାବାଲି । ଚାରିଆଡେ ଚତୁର୍ଦ୍ଧା ମୂରତୀଙ୍କୁ ଘେରି ରହିଛନ୍ତି ଅଗଣିତ ଭକ୍ତ । ଘଣ୍ଚ ଘଣ୍ଟା,ମୃଦଙ୍ଗ,ହୁଳହୁଳି,ହରିବୋଲ ରେ ସାରା ପରିବେଶ ।

nis-ad
Leave A Reply

Your email address will not be published.