ବିଜେଡି ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ

ଭୁବନେଶ୍ୱର: ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ବିଜେଡି ହିଁ ବିଜେଡିକୁ ହରାଇଛି ବୋଲି କହିଲେ ନୃସିଂହ। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ ବୋଲି କହିଛନ୍ତି ନୃସିଂହ ସାହୁ ।

ନୃସିଂହ କହିଛନ୍ତି ଯେ, ବହୁତ କ୍ଷେତ୍ରରେ ବିଜେଡି ଲୋକ ହିଁ ବିଜେଡିକୁ ହରାଇଛନ୍ତି। ଭୋଟ୍‌ ପଛରେ ନଲାଗି ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିଲେ। ଜିତିଛୁ, ଜିତିବୁ, ଓଭର କନ୍‌ଫିଡେଣ୍ଟ ପାଇଁ ଢିଲା ହୋଇଗଲେ । ଆଉ ସେଇଟା ହିଁ ହାରିବାର ମୁଖ୍ୟ କାରଣ ହେଲା ବୋଲି କହିଛନ୍ତି ନୃସିଂହ।

ବେଶୀ ଦିନ କ୍ଷମତାରେ ରହିଲେ ଆତ୍ମଗର୍ବ ଆସେ ଓ ଲୋକେ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇ ପଡନ୍ତି । ଯାହାକି ଜଣକୁ ପରାଜୟର ଗ୍ଲାନି ଦେଇଥାଏ ବୋଲି ନୃସିଂହ କହିଛନ୍ତି ।

nis-ad
Leave A Reply

Your email address will not be published.