ମୂଖ୍ୟ ଦ୍ଵାର ଭାଙ୍ଗି ରାତି ଅଧରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି…


ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଗୁଡାରି ପଂଚାୟତ ଅନ୍ତର୍ଗତ ସାଧନା ଛକ ନିକଟ ତଳ ପଟି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ଘରେ ପଶି ଚୋରି କରିଥିବା ଜଣାପଡିଛି l ଯାହା ସୂଚନା ହସ୍ତଗତ ହୋଇଛି ଗତକାଲି ବୁଧବାର ରାତ୍ରିରେ ଘରର ତାଲା ଭାଙ୍ଗି ଘରେ ପଶି ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ ହୋଇଛି ବୋଲି ଘର ମାଲିକ କହିଛନ୍ତି l ଲୁଗାପଟା, ସୁନାରୂପା, ଇଲୋ୍ଟ୍ରୋନିକ ଜିନିଷ ସମେତ ସବୁ ଚୋରି ହୋଇଯାଇଛି l ଘର ମାଲିକ ସାନନ୍ଦ ବେହେରା ବଇଡା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି l ତାଙ୍କ କହିବା ଅନୁସାରେ ଗତକାଲି ଚକାପାଦ ଗ୍ରାମକୁ ଜଣେ ବନ୍ଧୁ ଘରକୁ ଶୁଦ୍ଧିକ୍ରିୟା କାମରେ ଯାଇଥିଲେ l ପ୍ରବଳ ବର୍ଷା ଯୋଗୁ ନ୍ ଆସି ପାରି ରାତିରେ ସେଠାରେ ରହି ଯାଇଥିଲେ l ଏହାର ସୁଯୋଗ ନେଇ ଏପରି କାଣ୍ଡ ଭିଆଇଛନ୍ତି ବୋଲି ସେ କହିଛନ୍ତି l ଏ ନେଇ ଖଜୁରୀପଡା ଥାନା ରେ ଆଜି ସକାଳେ ଏତଲା ଦେଇଛନ୍ତି ଘର ମାଲିକ ସାନନ୍ଦ ବେହେରା l ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି l

nis-ad
Leave A Reply

Your email address will not be published.