ନିଃସର୍ତ୍ତ ରେ ଖବର ପ୍ରସାର ପରେ,ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ବିଧାୟକ ଙ୍କ ଅଚାନକ ଗସ୍ତ…

ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ଙ୍କୁ କଲେ ତାଗିଦ …


ବ୍ରହ୍ମପୁର : ୧୧-୭ ଆସିକା ଉପଖଣ୍ଡ ଚିକିତ୍ସା ଳୟ ରେ ଡାକ୍ତର ଙ୍କ ଅଜବ ନିୟମଲୋକେ ହନ୍ତସନ୍ତ ବୋଲି ଗତ କାଲି ନିସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା। ଆଜି ଆସିକା ବିଧାୟକ ସରୋଜ ପାଢ଼ୀ ଓ ତାଙ୍କ ସରୋଜ ସେନା ଚିକିତ୍ସା ଳୟ କୁ ଅଚାନକ ଗସ୍ତ କରିଥିଲେ। ଚିକିତ୍ସାଳୟ ରେ ଥିବା ବିଭିନ୍ନ ଅବ୍ୟବସ୍ଥା କୁ ଦେଖି ହତବାକ ହୋଇ ଲୋକଙ୍କୁ ଉତ୍ତମ ଚିକିତ୍ସା ଦେବା ପାଇଁ ଡାକ୍ତର ମାନଙ୍କୁ ତାଗିତ କରିଥିବା ନେଇ ସହର ରେ ଏବେ ଚର୍ଚ୍ଚା ର ବିଷୟ ହୋଇଛି। ସାଧାରଣ ଜ୍ଵର କାଶ ହେଲେ “ରେଫେର ଟୁ ବ୍ରହ୍ମପୁର” ରୋଗୀ ମାନଙ୍କୁ ନ ପଠାଇବାକୁ କହିଥିଲେ।ଦୀର୍ଘ ବର୍ଷ ହେଲା ଏକ୍ସରେ ବିଭାଗ ରେ ଯେଉଁ ତ୍ରୁଟିପୂର୍ଣ୍ଣ ନିୟମ ଥିଲା ଆଜି ସଙ୍ଗେ ସଙ୍ଗେ ତାହା ବଦଳିଥିବା ଓ ରୋଗୀଙ୍କୁ ଦୁଇ ଥର ଡାକ୍ତର ପାଖକୁ ଯିବାର ବନ୍ଦ ହୋଇଛି। ଡାକ୍ତର ଖାନାର ସଫାସୂତାର, ରୋଗୀ ସେବା, ମେଡିସନର ଗୁଣଭତ୍ତା,ଡାକ୍ତରଙ୍କ ଉପସ୍ଥାପନ, ସେବିକା ମାନଙ୍କ ବ୍ୟବହାର, ସିକୁରିଟି ଗାର୍ଡ ମାନଙ୍କ କାର୍ଯ୍ୟ, ପ୍ରସବ ବେଳେ ଲାଞ୍ଚ ପ୍ରସଙ୍ଗ, ମେଡିକାଲ ପରିସରରେ ବାହାର ଲୋକ ମାନଙ୍କ ଯାନବାହାନ ରଖିବା, ୫ଟି କାମର ମାନ ଯାଞ୍ଚ, ମେଡିକାଲ ରେ ଜଳ ନିଷ୍କାସନ ବ୍ୟବସ୍ଥା, ଅସ୍ତ୍ରଉପଚାର ଗୃହ, ପ୍ରବେଶ ପଥରେ ଲାଇଟ, ଯାନବାହାନ ରଖିବା ସ୍ଥାନ, ଏକ୍ସ ରେ ବ୍ୟବସ୍ଥା, ଶିଶୁ ଓ ଗର୍ଭବତୀ ପାଇଁ ଟୀକାକରଣ,ଉପରେ ବୁଲି ଦେଖିଲେ l
ମେଡିକାଲ ରେ ଡାକ୍ତର ମାନଙ୍କ କାର୍ଯ୍ୟ ଫର୍ଦ ସାରଣୀ,ମହଜୁଦ ମେଡ଼ିସିନର ଚାର୍ଟ କାନ୍ଥ ରେ ନଥିବା କାରଣରୁ ସକାଳ ୦୯.୩୦ ମିନଟ ଭିତରେ କେତେକ ଡାକ୍ତର ଅନୁପସ୍ଥିତ ରହିବା, କିଛି ଡାକ୍ତର ନିଜ ଘରେ ରୋଗୀ ସେବା କରୁଥିବା ଦେଖିବାକୁ ପାଇଲେ l ୱାର୍ଡ ବୁଲି ରୋଗୀ ମାନଙ୍କୁ ପଚାରିବାରୁ ଔଷଧ ବାହାରରୁ କିଣିବାକୁ କହନ୍ତି, କାର୍ଯ୍ୟରତ ସେବିକା (ନର୍ସ )ମାନେ ରୋଗୀ ସେବା ପରିବର୍ତ୍ତେ ଉତ୍ତମ ଵ୍ୟବହାର

ନକରିବା,ରୋଗୀକୁ କ୍ଷୀର, ଅଣ୍ଡା, ରୁଟି, ହଲିକ୍ସ ଦେବାରେ ପାତର ଅନ୍ତର କରିବା, ମେଡିକାଲରେ ଥିବା ପାଇଖାନା ସଫା ନଥିବା ସମେତ ଅନେକ ସମସ୍ୟା ବିଧାୟକ ଙ୍କୁ ଚିକିତ୍ସାଧୀନ ଥିବା ରୋଗୀ, ୱାର୍ଡ ର କାଉନସିଲର, ବୁଦ୍ଧିଜୀବୀ, ରୋଗୀ ସମ୍ପର୍କୀୟ ମାନେ ଗୁହାରି କହିଥିଲେ l ଏଥି ସହିତ ସେବିକା ମାନେ ଦୀର୍ଘ ବର୍ଷ ହେଲା ଏହି ମେଡିକାଲ ରେ କାର୍ଯ୍ୟ କରୁଥିବାରୁ ଡାକ୍ତର ଙ୍କୁ ମଧ୍ୟ ବିଧାୟକ ସାମ୍ନା ରେ ପାଠ ପଢାଇବାକୁ ପଛେଇନଥିଲେ l କାର୍ଯ୍ୟରତ ସେବିକା ଙ୍କ ରୋଗୀକୁ ଉତ୍ତମ ସେବା ନ ଯୋଗାଇ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଡିଏମଓ ସହ ଆଲୋଚନା କରିଥିଲେ l

nis-ad
Leave A Reply

Your email address will not be published.