ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅଜବ ନିୟମ ଯୋଗୁଁ ଲୋକେ ହନ୍ତସନ୍ତ !

ବ୍ରହ୍ମପୁର : ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ରାଜ୍ୟ ସରକାର ଚକାଚକ କରିଛନ୍ତି। ହେଲେ ଏଠାକୁ ଆସୁଥିବା ରୋଗୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଡାକ୍ତର ଅଛନ୍ତି ହେଲେ ଲୋକଙ୍କୁ ଯେଉଁ ପ୍ରକାର ସୁଵିଧା ସୁଯୋଗ ମିଳିବା କଥା ତାହା ରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ସବୁଥାଇ କିଛି ନାହିଁ ସେହି ପୁରୁଣା ଢାଞ୍ଚା ରେ ଚିକିତ୍ସା ହେବାକୁ ଲୋକେ ବାଧ୍ୟ ହେଉଛନ୍ତି। ଆସିକା ରେ ଦୀର୍ଘ ଦିନ ହେଲା ଶହେ ସ୍ପିଡ଼ର ଡିଜିଟାଲ ଏକ୍ସରେ ରେ କାମ ଚଳା ଚାଲିଛି। ରୋଗୀ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯାଇ ନିଜର ରୋଗ ସମ୍ପର୍କ ରେ କହିବା ପରେ ଡାକ୍ତର ଔଷଧ ଲେଖନ୍ତି କିମ୍ବା କୌଣସି ପରୀକ୍ଷା କାରବାକୁ ଥିଲେ ଟେଷ୍ଟିଙ୍ଗ ପାଇଁ ଚିଠାରେ ଲେଖନ୍ତି। ହେଲେ ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆସିକା ବିଧାନସଭା ସମେତ ଅନ୍ୟ ଚାରୋଟି ବ୍ଲକର ଲୋକେ ନିର୍ଭର କରନ୍ତି। ଏହି ଚିକିତ୍ସାଳୟ କୁ କୌଣସି ଲୋକ ହାତ ଗୋଡ଼ ଭାଙ୍ଗିଲେ ଏକ୍ସରେ କରିବାକୁ ଆସିଲେ ଡାକ୍ତର ପାଖକୁ ଯାଇ ଚିଠା କରିବା ପରେ ଏକ୍ସରେ କରିବାକୁ ଗଲେ ପୁଣିଥରେ ଏକ୍ସରେ କକ୍ଷରେ ନାମ ପଞ୍ଜିକୃତ କରିବାକୁ ପୁଣି ଡାକ୍ତର ଙ୍କ ସ୍ଵାକ୍ଷର ନେବାକୁ ପଡୁଛି। ବିଚରା ରୋଗୀଙ୍କୁ ଗୋଡ଼ ହାତ ଭାଙ୍ଗି ଛଟପଟ ହେଉଥିବା ବେଳେ ପୁଣି ଡାକ୍ତର ଙ୍କ ପାଖରେ ଲମ୍ବା ଲାଇନ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼େ। ଏକ୍ସରେ ମେସିନ ଟେକନିସିଏନ ନିକଟରେ ଯେଉଁ ଫୋର୍ମ ରଖାଯାଉଛି।ତାହା କଣ ଡାକ୍ତର ପାଖରେ ରଖିଲେ ରୋଗୀଙ୍କୁ ଆଶ୍ୱାସ୍ତି ମିଳିପାରିବ।

ଏପଟେ ଯନ୍ତ୍ରଣା ସେପଟେ ଡାକ୍ତର ଓ ଟେକନିସିୟନ ପାଖକୁ ଯିବା ଆସିବା ସମୟ ସାର ହେଉଛି। ଅତି ଜରୁରୀ ଚିକିତ୍ସା ପାଇଁ ଆସୁଥିବା ରୋଗୀ କହୁଛନ୍ତି। ଆସିକା ଉପଖଣ୍ଡ ଚିକିତ୍ସାଳୟ କାହା ଦୟାରେ ନା ଭଗବାନ ଭରସାରେ ବୋଲି। ରୂପାନ୍ତିକରଣ ଯେପରି ହେଉଛି ସେହିପରି ଲୋକଙ୍କୁ ସୁବିଧା ମିଳିଲେ ଲୋକେ ଉପକୃତ ହେବେ। ବାହାରେ ଚକଚକ ଭିତରେ ଫମ୍ପା ଭଳି ଆଜି କାଲି ନୂତନ ଯନ୍ତ୍ରପାତି ଘରୋଇ ଚିକିତ୍ସାଳୟ ରେ ବ୍ୟବହାର ହେଉଛି। ସେହିପରି ଯନ୍ତ୍ରପାତି ଡାକ୍ତର ଖାନା କୁ ସରକାର ଯୋଗାଇଲେ ଲୋକେ ଉପକୃତ ହେବେ। ଏହି ଚିକିତ୍ସାଳୟ ରେ ଦୀର୍ଘ ବର୍ଷ ହେଲା ଆଲଟ୍ରା ସାଉଣ୍ଡ ମେସିନ ଆସି ଖତ ହେବାକୁ ବସିଲାଣି ଆଜି ସୁଦ୍ଧା ଏହାକୁ ବ୍ୟବହାର କରାଯାଇ ନାହିଁ। ବିଭାଗୀୟ ମନ୍ତ୍ରୀ ବିଭିନ୍ନ ଡାକ୍ତରଖାନା ପରିଦର୍ଶନ ରେ ଆସିଲେ ସରକାରଙ୍କ ମହତ ଉଦ୍ଦେଶ୍ୟ ରେ ଯୋଗାଇଥିବା ଯନ୍ତ୍ରପାତି ଓ ଲୋକେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନିଜେ ଦେଖିବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଡାକ୍ତର ପାଖରୁ ଏକ୍ସରେ ଟେକ୍ନିସିଅନ ପାଖକୁ ଦୁଇ ଥର ଯିବାକୁ ପଡୁଛି ରୋଗୀଙ୍କୁ।ଏକ୍ସରେ କକ୍ଷ ନିକଟରେ ଫେନ ମଧ୍ୟ ନାହିଁ କେବଳ ଚୌକି ରହିଛି।

nis-ad
Leave A Reply

Your email address will not be published.