କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି: ଗଜପତି

ପୁରୀ: ବଡ଼ଠାକୁର ପଡ଼ିଯିବା ଘଟଣା। ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି । କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି। ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଯତ୍ନବାନ ହେବେ ବୋଲି କହିଛନ୍ତି ଗଜପତି ମହାରାଜ।

ଗଜପତି ମହାରାଜ ଆହୁରି ମଧ୍ୟ କହିଛନ୍ତି ଯେ, ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସେବାୟତ ରହୁଛନ୍ତି । ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ । ପରିଚାଳନା କମିଟି ବୈଠକରେ ଏନେଇ ବିଶେଷ ଆଲୋଚନା ହେବ। ଆଗାମୀ ରଥଯାତ୍ରାରେ ଯେମିତି ଏଭଳି ନହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଗଜପତି ମହାରାଜ।

ସୂଚନାଯୋଗ୍ୟ ଯେ, ଗତକାଲି ଆଡପ ମଣ୍ଡପ ପହଣ୍ଡି ବିଜେ ବେଳେ ଚାରମାଳ ଉପରେ ପଡ଼ିଯାଇଥିଲେ ପ୍ରଭୁ ବଳଭଦ୍ର। ଏନେଇ ଅଣସେବାୟତ ଓ ଅନଭିଜ୍ଞ, ଯୁବକ ସେବାୟତଙ୍କୁ ଦାୟୀ କରାଯାଉଛି। ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ସେବାୟତଙ୍କ କହିବା ଅନୁସାରେ, ରଥ ଉପରେ ଆବଶ୍ୟକତାଠାରୁ ଅଧିକ ସେବାୟତ ରହୁଛନ୍ତି । ଅଧିକ ସେବାୟତ ଥିବାରୁ ଏପରି ଅଘଟଣ ଘଟିଛି। ଯେଉଁ ସେବାୟତଙ୍କର ପହଣ୍ଡି ସେବାରେ ନାହାଁନ୍ତି ସେମାନେ ଆସି ପହଣ୍ଡି କରୁଛନ୍ତି ବୋଲି ସେ ବଡ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.