କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମଣ୍ଡଳ କାର୍ଯ୍ୟାଳୟରେ ସିବିଆଇର ଚଢ଼ାଉ

ବ୍ରହ୍ମପୁର : କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ସିବିଆଇର ଚଢ଼ାଉ । ୧୨ ଜଣିଆ ସିବିଆଇ ଟିମ ରେଡ଼ କରୁଛନ୍ତି । ଜଣେ ଠିକାଦାରଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟିର ମନୋଜ କୁମାର ସୁବୁଦ୍ଧିଙ୍କୁ ଧରିଛି ସିବିଆଇ ଟିମ । ଠିକାଦାରଙ୍କ ଠାରୁ ୧ ଲକ୍ଷ ୭୬ ହଜାର ଟଙ୍କାର ଜିଏସଟି ବିଲ୍ ରିଫଣ୍ଡ ନେଇ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ୧୫ ହଜାର ଟଙ୍କା ଦେଇଥିଲେ । ଆଜି ଲାଞ୍ଚ ଅର୍ଥ ୧୫ ହଜାର ଟଙ୍କା ନେଉଥିବା ବେଳେ ମନୋଜଙ୍କୁ ଧରିଛି ସିବିଆଇ ।

nis-ad
Leave A Reply

Your email address will not be published.