ଆଡମ୍ବର ସହିତ ଘୋଷଯାତ୍ରା ଅନୁଷ୍ଠିତ

ପାତ୍ରପୁର : ପାତ୍ରପୁର ବ୍ଲକ୍ ସୁରଙ୍ଗି ଗ୍ରାମରେ ଆଜି ପ୍ରସିଦ୍ଧ ଘୋଷଯାତ୍ରା ଖୁବ୍ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ଲାଗି ସୁରଙ୍ଗି ଗ୍ରାମ ଚଳ ଚଞ୍ଚଳ ହୋଇ ଉଠିଛି l ମହାପ୍ରଭୁଙ୍କ ପହଣ୍ଡି ଠିକ୍ ସମୟରେ ଆରମ୍ଭ ହୋଇ ଅଛି ଘଣ୍ଟାଘଣ୍ଟ, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ସୁରଙ୍ଗି ବଡଦାଣ୍ଡ l ରଥରେ ବିରାଜମାନ କାଳିଆ ଠାକୁର l ମହାପ୍ରଭୁ କାଳିଆ ଠାକୁରଙ୍କ ଦର୍ଶନ ନିମନ୍ତେ ବଡ଼ ଦାଣ୍ଡରେ ଅନେକ ଭକ୍ତଙ୍କ ସମାବେଶ ହୋଇଛି ରଥଯାତ୍ରାରେ ଭକ୍ତ ଙ୍କ ମୋନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରିଛନ୍ତି ଆୟୋଜକ ମାନେ l

nis-ad
Leave A Reply

Your email address will not be published.