ବିଷାକ୍ତ ଛତୁ ଖାଇ ୬ ଅସୁସ୍ଥ, ୨ ଗୁରୁତର

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳ ଅଧୀନରେ ଥିବା ଲାକୋଟୀ ଅଞ୍ଚଳର ୮ ଜଣ ବିଷାକ୍ତ ଛତୁ ଖାଇ ୬ ଜଣ ଅସୁସ୍ଥ ଏବଂ ୨ ଜଣ ଗୁରୁତର | ଲାକୋଟୀ ଅଞ୍ଚଳର ଛୋଟ ଛୁଆ ମାନେ ବିଲାରୁ ଛତୁ ଆଣି ନିଜ ନିଜ ଘରେ ଦେଇଥିଲେ | ସୂଚନା ଅନୁଯାଇ ଲାକୋଟୀ ଅଞ୍ଚଳର ଛଟ ପିଲାଙ୍କ ଠାରୁ ଆରମ୍ଭ କରି ବ୍ୟୟଠ ମହିଳା ଓ ପୁରୁଷ ଛତୁ ତରକାରୀ ଖାଇଲା ପରେ ୮ ଜଣଙ୍କୁ ଝାଡା ବାନ୍ତି ହୋଇଥିଲା | ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଜଣଙ୍କୁ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସା ପରେ ୬ ଜଣଙ୍କ ଅବସ୍ଥା ସ୍ଵାଭାବିକ ହେଇଥିବା ଜଣାପଡିଛି | ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉଲକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ଜଣା ପଡ଼ିଛି |

nis-ad
Leave A Reply

Your email address will not be published.