ରାଜଧାନୀରେ ପ୍ରବଳ ବର୍ଷା, ଭାସିଲା ଗାଡ଼ି

ଭୁବନେଶ଼୍ବର ୭।୭ : ରାଜଧାନୀ ଭୁବନେଶ଼୍ବରରେ ପ୍ରବଳ ବର୍ଷା ହୋଇଛି । ଫଳରେ ଇସ୍କନ ମନ୍ଦିର ସାମ୍ନା ରାସ୍ତା ବର୍ଷା ପାଣିରେ ବଡ଼ିଯାଇଛି । ରାସ୍ତାରେ ୫ଫୁଟ୍‌ ଉଚ୍ଚର ପାଣି ଜମିଥିବାରୁ କିଛି ଗାଡ଼ି ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଆଜି ରଥଯାତ୍ରା ଥିବାରୁ ଭକ୍ତ ଇସ୍କନ ମନ୍ଦିରରେ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଲିଛି । ଭକ୍ତମାନେ ରାସ୍ତାକଡ଼ରେ ଗାଡ଼ି ରଖି ମନ୍ଦିରକୁ ଯାଇଥିବା ବେଳେ ବର୍ଷା ହୋଇଥିଲା । ଫଳରେ ପାଣି ଜମିଯିବାରୁ ଗାଡ଼ିଗୁଡ଼ିକ ବୁଡ଼ି ଯାଇଥିଲା ।

ତେବେ ରାଜଧାନୀରେ ଟିକେ ବର୍ଷା ହେଲେ ମଧ୍ୟ ଇସ୍କନ ମନ୍ଦିର ସାମ୍ନା ରାସ୍ତା ବୁଡ଼ିଯାଏ । ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ବି ଏହାର ସ୍ଥାୟୀ ପ୍ରତିକାର ହେଇପାରୁନାହିଁ । ଏହାଛଡ଼ା ରାଜଧାନୀରେ ଜଳ ନିଷ୍କାସନ ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

nis-ad
Leave A Reply

Your email address will not be published.