ଏଠି ରାଜା ହେଉଛନ୍ତି ସେବକ : ବିଶ୍ବକୁ ମହାନ ବାର୍ତ୍ତା ଦିଏ ଓଡ଼ିଶା

ପୁରୀ  :   ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସବୁବର୍ଷ ପରି ଓଡ଼ିଶା ସାରା ବିଶ୍ବକୁ ଦେଇଛି ଗଣତନ୍ତ୍ରର ମହାନ ବାର୍ତ୍ତା  । ମହାପ୍ରଭୁଙ୍କ ପ୍ରଥମ ସେବକ ହେଉଛନ୍ତି ଉତ୍କଳର ଗଜପତି ମହାରାଜା | ଉତ୍କଳର ମହାରାଜା ଆଜି ହାତରେ ଝାଡୁଧରି ରଥରେ ଛେରାପହଁରା କରିଛନ୍ତି | 

ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ୩ ଠାକୁର। ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ପରେ ତିନି ଠାକୁରଙ୍କ ପହଣ୍ଡି ହୋଇ ରଥରେ ବିରାଜମାନ କରିଛନ୍ତି।

ରଥାରୂଢ଼ ୩ ଠାକୁରଙ୍କ ରଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହି ଛେରାପହଁରା କରିବା ପାଇଁ ତାନଯାନରେ ବସି ଗଜପତି ମହାରାଜା ଆସିଥିଲେ। ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ନନ୍ଦିଘୋଷ ରଥ ଛେରାପହଁରା କରିଥିଲେ।

nis-ad
Leave A Reply

Your email address will not be published.