ଦରମା ନେବାକୁ ମନା କଲେ ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନରେ ଏଥର ଟିଡ଼ିପି-ଜନସେନା ଓ ବିଜେପି ମେଣ୍ଟ ବହୁମତ ହାସଲ କରିଥିଲା | ଆଉ ଏହା ପରେ ଟିଡ଼ିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଜନସେନା ପାର୍ଟି ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ | ତେବେ ଉପ ମୁଖ୍ୟମନ୍ତ୍ରୀ ହେବା ପରେ ପୱନ କଲ୍ୟାଣ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ପୱନ ଚଳଚ୍ଚିତ୍ରଠାରୁ କିଛି ସମୟ ଦୂରେଇ ରହିବା ସହ ଏହା ମଧ୍ୟ କହିଛନ୍ତି ଯେ ଉପ ମୁଖ୍ୟମନ୍ତ୍ରୀ ଭାବରେ ସେ ବେତନ ନେବେ ନାହିଁ | ଏହା ସହ ତାଙ୍କ ପାଇଁ ନୂତନ ଆସବାବପତ୍ର କିଣିବା ପାଇଁ ମଧ୍ୟ ମନା କରିଦେଇଥିଲେ।

କଲ୍ୟାଣ ଏକ ପେନ୍ସନ୍ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ପରେ କହିଥିଲେ ତାଙ୍କର ଅଫିସ ପାଇଁ ବିଭାଗ ପକ୍ଷରୁ ନୂତନ ଫର୍ଣ୍ଣିଚର କିଣାଯିବାକୁ ନିଷ୍ପତ୍ତି ନିଆଯାଇଥିଲା | ହେଲେ ସେ ନୂତନ ଫର୍ଣ୍ଣିଚର ନ କିଣାଯାଉ ବୋଲି କହିଥିଲେ | କଲ୍ୟାଣ ଅଧିକାରୀମାନଙ୍କୁ ନୂତନ ଆସବାବପତ୍ର କିଣ ନାହିଁ ବୋଲି କହିବା ସହ ଆବଶ୍ୟକ ହେଲେ ମୁଁ ଏହାକୁ ନିଜେ ଆଣିବି ବୋଲି କହିଥିଲେ । ସେହିପରି ବିଧାନସଭାରେ ତିନି ଦିନ ଧରି ଉପସ୍ଥିତ ଥିବାରୁ ଅଧିକାରୀମାନେ ତାଙ୍କୁ ୩୫୦୦୦ ଟଙ୍କା ଦରମା ଦିଆଯିବ ବୋଲି କହିଥିଲେ | କିନ୍ତୁ ପୱନ ସେମାନଙ୍କୁ କହିଥିଲେ ଯେ ସେ ଦରମା ନେବେ ନାହିଁ | ପ୍ରକୃତରେ ପୱନ କଲ୍ୟାଣ ହେଉଛନ୍ତି ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ। ଏଭଳି ପରିସ୍ଥିତିରେ ସେ ସ୍ପଷ୍ଟ କରିଛନ୍ତି ଯେ ପଞ୍ଚାୟତିରାଜ ବିଭାଗର ଅର୍ଥ ଅଭାବ ଥିବାରୁ ସେ ଦରମା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

nis-ad
Leave A Reply

Your email address will not be published.