ସଇଁତଳାରେ ଡେଙ୍ଗୁ ଆତଙ୍କ : ଜଣେ ମୃତ, ୧୮ ଆକ୍ରାନ୍ତ

ଟିଟିଲାଗଡ଼ : ସଇଁତଳାରେ ଡେଙ୍ଗୁ ଆତଙ୍କ ।  କିଛି ଦିନ ପୂର୍ବେ ଡେଙ୍ଗୁ ଆକ୍ରାନ୍ତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୮ ଜଣକ ମଧ୍ୟରୁ ୧୧ ଜଣକର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଭୀମ ଭୋଇ ମେଡ଼ିକାଲ କଲେଜରୁ ଏକ ଡ଼ାକ୍ତରୀ ଟିମ ଆସି ସହରର ବିଭିନ୍ନ ପଡ଼ାକୁ ବୁଲି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ଚିହ୍ନଟଙ୍କୁ ମେଡିକାଲକୁ ନେଇଛନ୍ତି । ଅନ୍ୟପଟେ ସଇଁତଳା ହସ୍ପିଟାଲରୁ ମଧ୍ଯ ଏକ ଟିମ୍ ବର୍ତ୍ତମାନ ଗାଁରେ ଘରକୁ ଘର ବୁଲି ଡେଙ୍ଗୁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରୁଛନ୍ତି । ଏଥିସହ ନାଳ ନର୍ଦ୍ଦମା ସଫା କରାଇଛନ୍ତି  ।

nis-ad
Leave A Reply

Your email address will not be published.